STORYMIRROR

Biswaranjan Mohapatra

Others

2  

Biswaranjan Mohapatra

Others

ମୁଁ ଓଡ଼ିଆ

ମୁଁ ଓଡ଼ିଆ

1 min
243


ମୁଁ ଓଡ଼ିଆ ମୋର ପଖାଳ କଂସା ଭାରି ବଢିଆ

ବଡି ଚୁରାକୁ ସର୍ଜନା ସାଗର ସହ ଲୁଣି ଶୁଖୁଆ ଭଜା

ଆହାର କେଡେ ମଜା ତାର ବାସ୍ନା ଭାରି ବଢିଆ

ମୁଁ ଗର୍ଵ କରେ ମୁଁ ଓଡ଼ିଆ !!

ଜାର ମାଟି ବାସେ ଚନ୍ଦନ ଚନ୍ଦନ

ଭାଷାରେ ଝରେ ମୋହୁ

ଏଠି ପୂଜା ପାଆନ୍ତି ଜଗନ୍ନାଥ

ନାମେ ସିଏ ମହାବାହୁ !!

ଏଇଠି ଅଛି ବିଶୁ ମହାରଣା କୀର୍ତି କୋଣାର୍କ

ମନ୍ଦିର ମାଳିନୀ ରାଜଧାନୀ ସିଏ ଭୁବନେଶ୍ୱର ନାମିକ

ଏଇଠି ଅଛି ଉଚ୍ଚ ଗିରି ଦେଓ ମାଳି ଶିଖର

ଏଇଠି ବୋହିଛି ବୈତରଣୀ ପୁଣି ଗୋନାସିକା କେନ୍ଦୁଝର

ଏଇଠି ଅଛି ପ୍ରସିଦ୍ଧ ପୀଠ ମା ଘଟଗାଁ ତାରିଣୀ

ସଂକଟ ହରନ୍ତି ଦୁଃଖ ବି ତରନ୍ତି ସିଏ ମା ନଡ଼ିଆ ରାଣୀ !!

ଆଜି ଗର୍ଵ କରେ ମୁଁ ଯାଜପୁର ମା ବିରଜା କ୍ଷେତ୍ରର ସନ୍ତାନ

ଯଦି କେବେ ମୋତେ ସୁଯୋଗ ମିଳିବ ମୁଁ ରଖିବି ଓଡିଶା ମାଟିର ସଂମାନ !!

ଜୀବନ ପ୍ରଣାଳୀ ଅସ୍ତ ବ୍ୟସ୍ତ ପୁଣି କେବେ ସଂଜ କି ସକାଳ

ଓଡିଶା ମାଟିର ମହାନ ସନ୍ତାନ ଜାଗିଉଠ ହେ କଙ୍କାଳ !!

ଅପେକ୍ଷା ନକରି କେହି ମିଥ୍ୟା ଅହଂକାର ଭାବନା ଛାଡିକି

ଧର୍ମ ବର୍ଣ୍ଣ ସବୁ ନିର୍ବିଶେଷରେ ଆମ୍ଭେ ସବୁ ଭାଇ ଭାଇ

ଏହି ଦୁନିଆଟା ଏଠି ମିଥ୍ୟା ପ୍ରଲୋଭନ ହଜି ଯାଏ ମୁହେଁ ହସ

ଜୀବନ ଦୀପାଳି ଲିଭିଯାଏ କେବେ ହୋଇ ଯାଏ ସର୍ବନାଶ !!

ନିଜର ଗର୍ଵ ଗାରିମା ରେ କେବେ ଭୁଲ ନାହିଁ ଓଡ଼ିଆ ର ପରମ୍ପରା

ଆମର ମହାନ ସଂସ୍କୃତି ପରମ୍ପରା ଆଉ ରଥଯାତ୍ରା ପୁଣି ବାଜେ ବିଦେଶେ ନାଗରା !!

ଆଜି ଏକ ମନ ଏକ ପ୍ରାଣର ସହିତ ଗର୍ଵ କରେ ମୁଁ ଓଡ଼ିଆ

ମୁଁ ଓଡ଼ିଆ ମୁଁ ଓଡ଼ିଆ ମୁଁ ଓଡ଼ିଆ !!





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Biswaranjan Mohapatra