STORYMIRROR

Suriyapriya Panigrahi

Others

3  

Suriyapriya Panigrahi

Others

ମୁଁ ନୁହେଁ ତୁମର

ମୁଁ ନୁହେଁ ତୁମର

1 min
166

ମୁଁ ତୁମର।                                       

ଭଗ୍ନ ଵୀଣା ର

ଛିନ୍ନ ତାନ

ତୁମ ପାଇଁ ମୁଁ

କଦମ୍ବ ମୂଳର

ମୁରଲୀ ସ୍ୱନ ।


ମୁଁ ନୁହେଁ ତୁମର

ଶ୍ରାବଣ ଆକାଶେ

ମଉଳା ଶଶୀ

ତୁମ ପାଇଁ ମୁଁ ଯେ

ଆଲୋକର ଵନ୍ୟା

ପୁନେଇ ନିଶି ।


ମୁଁ ନୁହେଁ ତୂମର

ମରୁ ଵାଲୁକାର

ତାତିଲା ଵାଲି

ଦିଏ ପ୍ରତିଶ୍ରୂତି

ହେବି ସବୁ ଦିନ

ଓଏସିସ୍ ଖାଲି ।



Rate this content
Log in