STORYMIRROR

Kananbala Nayak

Others

3  

Kananbala Nayak

Others

ମଶାଣି ମାଗୁଛି ପରିଚୟ

ମଶାଣି ମାଗୁଛି ପରିଚୟ

1 min
177

କୁଢ଼ କୁଢ଼ ଶବ ଭିତରେ

ମଶାଣି ମାଗୁଛି ପରିଚୟ 

କୁହ କିଏ ଏଠି ବ୍ରାହ୍ମଣ, କିଏ 

ଅଟେ କ୍ଷତ୍ରିୟ, କିଏ ପୁଣି ଵୈଶ୍ଯ 

ଆଉ କିଏ ଅଟେ ଶୁଦ୍ର।


 କିଏ ଅଟେ ଅତ୍ୟନ୍ତ ଧନଶାଳୀ

 କିଏ ପୁଣି ଅଟେ ଅତୀବ ଦରିଦ୍ର

 କିଏ ଅଟେ‌ ପ୍ରଭାବଶାଳୀ ନେତା   

 ପୁଣି କିଏ କ୍ଷମତାଶାଳୀ ଅଫିସର।


 କିଏ ହତ୍ୟାକାରୀ ଅପରାଧୀ ଗୁଣ୍ଡା 

 ଆଉ କିଏ ଅଟେ ସାଧାରଣ ନର

 କିଏ ସାଧୁ ପୁଣି କିଏ ଅଟେ ଚୋର।


 ହେଲେ ଅନେକ ମାଗିବା ପରେ ମଧ୍ୟ

 ପାଏନା କାହାଠାରୁ କିଛି ବି ଉତ୍ତର

 ତେଣୁ ସ୍ଥିର କରେ ନିଜେ ଖୋଜିବ

 ନିଜ ପ୍ରଶ୍ନର ଉତ୍ତର ଅନେକ

 ଖୋଜିବା ପରେ ପାଏ‌ 

 କେବଳ ଗୋଟିଏ ଉତ୍ତର   

   

ସମସ୍ତଙ୍କର ଏଠି ଅଟେ ଗୋଟେ

ପରିଚୟ ସମସ୍ତେ ଚିରସ୍ଥାୟୀ 

ଅଟନ୍ତି ଏଇ ମଶାଣି ର କେବଳ 

ଏଇ ମଶାଣିର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍