STORYMIRROR

Tapan Sahu

Others

3  

Tapan Sahu

Others

ମୋ ଓଡ଼ିଆ କବିତା

ମୋ ଓଡ଼ିଆ କବିତା

1 min
678

ଆଗମନି ବର୍ଷାରେ ଗେଣ୍ଡୁ 

ବର୍ଷା ଆସୁଛି ଆସୁ 

ଫେରିଯାଉ 

ମୋର ବା କି ଯିବ 

ମୁଁ ଛୋଟ

ମୁଁ ମୋର ପରିଚୟ ନେଇ 

ବଞ୍ଚି ସାରିଛି 

ଶୀତର କାକର ଟୋପରେ ll


ତିନ୍ତି ସାରିଛି ଗ୍ରୀଷ୍ମର ଝଡ଼ରେ 

ମୋ ମୃତ୍ୟୁର ପ୍ରତିଟି ସୁଗନ୍ଧରେ 

ମହକାଇ ସାରିଛି 

ଶୀତର ପ୍ରତିଟି ସକାଳ 

କାର୍ତ୍ତିକଠୁ ମଗୁଶୀର 

ଆଉ କେତେ ପକ୍ଷୀର କାକଳି ll


ମୋ ସୁଗନ୍ଧରେ 

ଶୀତ ସକାଲଟାକୁ 

ଛନ୍ଦି ସାରିବା ପରେ 

ବର୍ଷାର କି ପ୍ରୟୋଜନ 

ମୋ ଜନ୍ମ ସୁଗନ୍ଧ ବିତରଣେ 

ଅନ୍ୟତ୍ର ବଞ୍ଚିବାର 

ପରିକଳ୍ପନା ମିଛ ସବୁ ମିଛ 

ମହକ ବିନା 

କି ବା ମୁଁ ପ୍ରୀତିର ବାସନା ll 

    

ବର୍ଷା ଆସିଛି ଆସୁ 

ତୁମ ସହ ସଙ୍ଗମ କରି କରି 

ଧୂଳି ସରସର ରାସ୍ତାକଡରେ 

ମଧୁମାଳତୀ ଚମ୍ପାକୁ ନେଇ 

କିନ୍ତୁ ମୁଁ 

ମୋବାସନରେ ବିତରିଛି 

କେବେ କେତେ ପ୍ରାଣୀ ମନ ମୋହିଛି

ସବୁ ଶୀତ ସକାଳରେ 

ମୁକ୍ତାର ସ୍ପର୍ଶ ପାଇ 

କେବେ ଗାଲିଚା ପାଖେ

ପୁଣି କେବେ ମଶାଣିର ଅନ୍ତସ୍ୱର ହୋଇ 

ଲିଭି ସାରିଛି ମୁଁ ଦୀପ 

ଝଡି ହୋଇଛି 

ମୁଁ ମଉଳା ଫୁଲଟିଏ 

ତଥାପି ମୁଁ 

ଶ୍ରେଷ୍ଠ ତୁମ ସ୍ପର୍ଶ ବିନା 

ତିନ୍ତିଛି ପ୍ରତିଟି ରଜନୀ 

ବିତରି ମୋ ବାସନା  ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍