ମୋ ଗୁରୁ
ମୋ ଗୁରୁ
1 min
231
ସକାଳର ସୂର୍ଯ୍ୟ ଉଦୟରେ ଶୁଭେ ମଙ୍ଗଳର ଆବାହନୀ
ଅସ୍ତ ରାଗରେ ଶୁଭଇ ଯେଉଁଠି ଶୁଭ ଶଙ୍ଖର ଧ୍ୱନି।
ମସ୍ତକେ ତୁମର ହିମାଳୟ ଶୋହେ ପାଦ ଧୁଏ ପାରିବାର
ନିଆରା ମଣିଷଟିଏ ତୁ ସାରା ଜଗତରେ କେତେ ଯେ ଆଦର ତୋର।
ଜାଣିନି କେମିତି ଚିହ୍ନିଲି ତୁମକୁ କେ ଦେଲା ତୁମ ଠିକଣା
ଅନ୍ତର୍ଯ୍ୟାମୀ ବୋଲି ଜାଣିଛି ଏତିକି ଭକତି କରିନି ଊଣା।
ଜୀବନ ସାଗରେ ଦାରୁ ରୂପୀ ବ୍ରହ୍ମ ତୁମେ ମୋ ଚତୁର୍ଦ୍ଧା ମୂରତି
ମନ ମନ୍ଦିରେ ମୋ ସାଦରେ ବସାଇ ତୁମକୁ ପୂଜୁଛି ନୀତି।
ଗ୍ୟାନର ସାଗରୁ ବିଦ୍ୟାରତ୍ନ ଖୋଜି କର ତୁମେ ବିତରଣ
ସବୁରି ଭବିଷ୍ୟ ଗଢିବା ପାଇଁକି ସଦା ଆତୁର ତୁମରି ପ୍ରାଣ।
ସାଗରର ମୋତି ତୁମେ ପାରିଜାତ ସରଗର
ଅନ୍ଧକାରେ ତୁମେ ଆଲୋକର ଜ୍ୟୋତି ପଥ ପ୍ରଦର୍ଶକ ଜୀବନର।
ନଭଠୁ ବିଶାଳ ଅଟଇ ତୋ ମନ ସ୍ଥିତି ତୋ ହିମାଦ୍ରୀ ଶିଖର
ତୁ ପରା ଆତ୍ମା ତୁ ପରମାତ୍ମା ତୁ ମୋ ଚଳନ୍ତି ଈଶ୍ୱର।
ଅସୁମାରୀ ସପନକୁ କରିବାକୁ ସତ ପାଇବାକୁ ମୋର ଜୀବନର ଲକ୍ଷ୍ୟ
ଆହେ ମୋ ଆରାଧ୍ୟ ପରମ ଈଶ୍ୱର ତୁମ କରୁଣାର କର ତଳେ ସଦା ମୋତେ ରଖ।
