STORYMIRROR

Kalyani Nanda

Others

3  

Kalyani Nanda

Others

ମୋ ଗାଁ

ମୋ ଗାଁ

1 min
9.8K



କଲ୍ୟାଣୀ ନନ୍ଦ


ଏଇ ମୋ ସୁନ୍ଦର ଗାଁ

ମୋ ଜନମ ମାଟି ମା

ତାହାରି କୋଳରେ

ତା ଧୂଳି ବାଲିରେ

ସେନେହେ ଲେଖା ମୋ ନାଆଁ,,

ଏଇ ମୋ ସୁନ୍ଦର ଗାଁ,,,0,,,

ମୋ ଗାଁ ଦାଣ୍ଡରେ

ମୋ ସାଥି ମେଳରେ

ବୋହୁ ଚୋରି ମୁ ଖେଳିଛି

ତା ନଈ ପାଣିରେ

ମନ ଆନନ୍ଦରେ

ଗୋଡ ଛାଟି ପହଁରିଛି

ଶରତର ଜହ୍ନ

କିଣି ନେଇ ମନ

ସଜାଇଛି ମୋତେ କନିଆଁ,

ଏଇ ମୋ ସୁନ୍ଦର ଗାଁ,,1

ତା ବନ ଝରଣା

ଦେଇଛି ଠିକଣା

ଗାଇବାକୁ ନାନା ଗୀତ

ତା ସବୁଜ ଶିରି

ହସି କିରି କିରି

ମୋ ସାଥେ ବସିଛି ମିତ

ଯେଉଁଠି ବି ଥାଏ

ଝୁରି ହୁଏ ମନ

ତା ସୁଲୁ ସୁଲିଆ ବାଆ

ଏଇ ମୋ ସୁନ୍ଦର ଗାଁ,,,2

ମୋ ଗାଁ ମନ୍ଦିର

ଜଗତ ଠାକୁର

ବାହୁ ମେଲି ବସିଅଛି

ଦୁଃଖରେ ସୁଖରେ

ଅମା ଅନ୍ଧକାରେ

ସଭିଙ୍କୁ ସାହା ହେଉଛି

ଗାଁ ଠାକୁରାଣୀ

ଆମ ମନ ଜାଣି

କୋଳକୁ ଡାକୁଛି ଆ

ଏଇ ମୋ ସୁନ୍ଦର ଗାଁ,,,3,


ଯୁଗ୍ମ ସମ୍ପାଦିକା ,

ଫକୀରମୋହନ ସାହିତ୍ୟ ପରିଷଦ,ବାଲେଶ୍ୱର

ଷ୍ଟୋରି ମିରର ,

ସାପ୍ତାହିକ ପ୍ରତିଯୋଗିତା ପାଇଁ

ମୋର ମୋ,ବା,ନମ୍ବର

7008473249


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Kalyani Nanda

ମୋ ଗାଁ

ମୋ ଗାଁ

1 min ପଢ଼ନ୍ତୁ