Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

dinabandhu poi

Others

3  

dinabandhu poi

Others

ମୋ ବଡ ଠାକୁର

ମୋ ବଡ ଠାକୁର

1 min
269


ପରିବାର ଅଟେ ବଡ ମନ୍ଦିର,

ବାସ କରିଥାନ୍ତି ବଡ ଠାକୁର. ।

ବିନାପୂଜା ବିନା ଭକ୍ତିରେ ସିଏ ,

ବର ଦେଇଥାନ୍ତି ସ୍ଵର୍ଗ ପରାଏ ।

ବେଶ ଅଟେ ତାଙ୍କ ଅତି ସରଳ,

ପିଇଥାନ୍ତ୍ରିପୁତ୍ର କନ୍ୟା ଗରଳ ।

ସର୍ବସଂହାସିଏ ପୃଥିବୀ ତୁଲ,

କିଏ ଦେଇଦେବତାଙ୍କର ମୂଲ ।

ସଂସାର ଆକାଶେ ଡେଣାମେଲାଇ ,

ଉଡ଼ିବାର କଳା ଦେଇ ଶିଖାଇ ।।

ହେଉ ପୁଅ ଅବା ଝିଅ ସେ ହେଉ,

ଯଶ କୀର୍ତ୍ତି ସିଏ ଜଗତେ ପାଉ ।'

ସ୍ନେହ ମମତାର ମାପ ଅମାପ ,

ପାଏ ତାଙ୍କଠାରୁ ଜ୍ଞାନ ପ୍ରଦୀପ ।।

ନିଇତି ଶିଖେ ମୁଁ ନୈତିକ ଜ୍ଞାନ,

ବଇରି ହେଲେ ବି ଦିଏ ସମ୍ମାନ. ।।

ପରିବାରକୁ ନ ଭାବି ପରିବା,

ଭଲ କର୍ମେ ଜୀବନକୁ ସାରିବା ।

ପରିବାର ଠାରୁ ବଡକେ ନାହିଁ ,

ଏକ ସୂତେ ବାନ୍ଧେ ମୁହଁକୁ ଚାହିଁ ।।

ପ୍ରତି ମୁହୂର୍ତ୍ତରେ ପ୍ରେରଣା ପାଇ,

ଉନ୍ନତି ପଥରେ ମୁଁ ଚାଲୁଥାଇ ।

ପିତା ମାତା ଗୁଣ ନ ହେବଭୁଲି

ନଭୁଲ ପରାଣ ଗଲେ ବି ଚାଲି । ।


.


Rate this content
Log in

More oriya poem from dinabandhu poi