ମଇନାର ପ୍ରତୀକ୍ଷା
ମଇନାର ପ୍ରତୀକ୍ଷା
1 min
242
ମୁଁ ଯେ ଛୋଟ ଏକ ମଇନା ଖୋଜିବୁଲେ ସାଥି ଅଜଣା
ଏ ଡାଳରୁ ସେ ଡାଳକୁ ଉଡ଼ିବୁଲେଏକା
ପାଏନା ମୁଁ ତା'ର ଠିକଣା ।
ଡେଣା ମୋର ଥକି ଯାଏ ତା ପଥକୁ ଚାହିଁ
ନ ଜାଣେ ସେ ମୋର ବେଦନା
ମୁଁ ଯେ ଛୋଟ ଏକ ମଇନା ।
ସାଥୀବିନା ପକ୍ଷୀଟି ମୁଁ ବୁଝିପାରେନା
ଆସିବକି ସତେ ଅବା ମନ ମାନେନା
ସ୍ୱପ୍ନ ପରି ଲାଗେ ମୋତେ ଏ ବନ ଝରଣା
ଭାସି ଭାସି ଯାଏ ମୋ ଜୀବନ ନାଆ
ମୁଁ ଯେ ଏକ ଛୋଟ ଏକ ମଇନା ।
(ସମୀର କୁମାର ସାହୁ )
