ମହକ
ମହକ
1 min
130
ମହକ ମାଗନାହିଁ ମୋତେ ,
ମୋ ପାଖେ କାଗଜଫୁଲର ଗୀତି
କଣ୍ଟକିତ ଶାଖା ପ୍ରଶାଖାର ଉଜୁଡା ବୈଶାଖୀ ,
ଧୁ ଧୁ ଖରାରେ ନପୋଡିଯିବାର ଯୁ,
ଅପମୃତ୍ଯୁରେ ନଥାଏ ମୋ ଭୀତି।
ଦେହ ସହିଯାଏ "ଲୁ" ର ଗରମ ନିଶ୍ୱାସ,
ମହକର କି ତାଠି ପ୍ରୟୋଜନ ଥାଏ!!
ବାସ୍ନାୟିତ ହେବା ପାଇଁ ରାତି ଲୋଡା ନୁହେଁ,
ହେନା ,ଯୁଇ ,ଚମ୍ପା ପରି ମହକ ନଥାଏ,
ମୁଠେ ମଲ୍ଲୀପରି ଆଦର ବି ନଥାଏ,
ଯୋଗ୍ୟତା ଫୁଲର ନଥାଏ ,ତଥାପି
ମୋ ମହକର କଥା ରାସ୍ତାଘାଟ କହେ।
