STORYMIRROR

Gayatri Das

Others

2  

Gayatri Das

Others

ମହାସ୍ନାନ

ମହାସ୍ନାନ

1 min
13.9K


ଏଇ ଏଇ ସିନ୍ଦୂରା ଫାଟିଲାଣି

ଖୋଲିଲାଣି ସିଂହ ଦ୍ବାର

ଫିଟିଲାଣି ସୁନା କୂଅର କବାଟ

ଆସ ଆସ ମହାପ୍ରଭୁ ଗୋଟି ପହଣ୍ଡିରେ

ବିଜେ କର ସ୍ନାନ ବେଦୀ ପରେ

ଗରା ବଡୁ ଚାହିଁଛନ୍ତି ତୁମ ବାଟ

ଶହେ ଆଠ ସୁବର୍ଣ୍ଣ କଳସ ସଜାଡି

ସତେ ମହାସ୍ନାନ କରିବ କି ତୁମେ.....?

ସ୍ନାନ ବେଦୀ ପରେ ତୁମ ଗଜାନନ ବେଶ

ଆହା... କି ଅପୂର୍ବ -

ଜ୍ଵରକୁ ନିମନ୍ତ୍ରଣ କରି ଫୁଲୁରି ତେଲର ମର୍ଦ୍ଦନ

ଦେବତାର ମାନବୀୟ ଲୀଳା

ଦେଖିନାହିଁ ତୋ ପରି ଠାକୁର

ମାନବକୁ କର୍ମଯୋଗ ଶିକ୍ଷା ଦେବା ପାଇଁ

ଧରା ପରେ ଇଚ୍ଛା ମତେ ନେଉ ଅବତାର....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍