ମହାମାରୀ ଓ ମୋ ସ୍ୱାଧୀନ ରାଷ୍ଟ୍ର
ମହାମାରୀ ଓ ମୋ ସ୍ୱାଧୀନ ରାଷ୍ଟ୍ର

1 min

27
ବ୍ରିଟିଶ ଶାସନେ ଥିଲା ଏ ଭାରତ
ସମସ୍ତଙ୍କ ଥିବ ମନେ,
ପୁଣି ଆମ ଦେଶ ହରାଇ ସ୍ୱାଧୀନ
ଅଛି ଭୂତାଣୁ ଅଧିନେ ।
ଆଜି ସିନା ଏଇ ମହାମାରୀ ପାଇଁ
ସମସ୍ତଙ୍କ ମୁଣ୍ଡ ବ୍ୟଥା,
ଇତିହାସ କହେ ମହାପୁରୁଷଙ୍କ
ସେହି ବିଜୟର ଗାଥା ।
କରୋନା ନାମରେ ଆସିଛି ଭୂତାଣୁ
ବ୍ୟାପୁଅଛି ସାରା ଦେଶେ,
ଧନୀ କି ଗରିବ କାହାକୁ ଛାଡୁନି
ଯାହାକୁ ପାରିଲେ ଗ୍ରାସେ ।
ଏହି ମହାମାରୀ ତାଣ୍ଡବ କରୁଛି
ସାରା ବିଶ୍ୱ ଥରହର,
ସବୁକ୍ଷେତ୍ର ପୁଣି ଅସନ୍ତୋଷ ଆଜି
ସବୁଦିଗେ ହାହାକାର ।
ସୁରକ୍ଷାକର୍ମୀ ଓ ଡାକ୍ତର ପୋଲିସ
ନିଜକୁ ସଂଗ୍ରାମୀ ସାଜି,
ଲଢୁଛନ୍ତି ଆଜି କରୋନା ସାଥିରେ
ଦେଇ ଜୀବନକୁ ବାଜି ।
ସ୍କୁଲ କଲେଜରେ ପଡ଼ିଅଛି ତାଲା
ପାଠପଢା ହେଉନାହିଁ,
ମନ୍ଦିର ସେମିତି ବନ୍ଦ ପଡିଥିବ
କରୋନା ପ୍ରକୋପ ପାଇଁ ।
ଆଜି ଏହି ବେଳାଘଡିରେ ଆମେରେ
ପ୍ରତିଜ୍ଞବଦ୍ଧ ହୋଇବା,
ସରକାର ଯୋଉ ନିୟମ କରିବେ
ସମସ୍ତେ ମାନି ଚଳିବା ।
ଫରଫର ଉଡେ ତ୍ରିରଙ୍ଗା ପତାକା
ଜାତିର ଗରବ ଧରି,
କହେ ଲଢ଼ିଚାଲ ସର୍ବେ ଭାରତୀୟ
ପଳେଇବ ମହାମାରୀ ।