STORYMIRROR

Krushna prasad Das

Others

4  

Krushna prasad Das

Others

ମାଆ ପାଇଁ.....

ମାଆ ପାଇଁ.....

1 min
46

        ମାଆ ପାଇଁ.....

ମାଆ ବୋଲି ମାଆ ଟିଏ

କେଡ଼େ ମଧୁର ଆହା ତ ପଣତ କାନି

କାୟେ ଘେନିଛି ଅସୀମ ସ୍ନେହ,

ବିଶ୍ୱାସ ଦେଇଛି ତ କଥା ମାନି

ରଖିବ ସେଇ ସ୍ନେହ ର ମୋହ।


କେଡ଼େ ଆତୁର ତ ନୟନ ପୁଲକ

ମୋ ପାଇଁ ହୁଅନ୍ତି ସଦା ବିକଳ,

ମୋ ବିନୁ ଯାଆର ମହାଶୋକ

ସତେ ଏ କି ତମ ମାତୃପ୍ରେମ ଫଳ।


ହସ୍ତ ଜାବୁଡ଼ି ଦିନେ ଚଲେଇ ଥିଲ

ସବୁ ଆଶଙ୍କା ଯେ ଦେଲ ଦୂରେଇ,

ପାଣିରେ ଜାବୁଡି ପଥ ପାରିିଦେଲ

ଯାବତୀୟ ବିଘ୍ନ ପଥୁ ଏଡ଼ାଇ।


କେଡ଼େ ପ୍ରେମ ବାଣ୍ଟଟି ଦିଅ ଖୁଆଇ

ଅଳି ଅଝଟ ହେଲା ସତ୍ତତେ ବି,

ଲଲାଟେ ଆଉଁସି ଦିଅ ଶୁଆଇ

ନାନା ପୁରାଣ,କାହାଣୀ କହି।


ଶାନ୍ତିର ଆଭାସଯେ ଦେଇଛ ତମ କୋଳରୁ

ସର୍ବ ସୁଖ ଯେ ପାଇଛି ମୁହିଁ,

ତୁମ ପାଇଁ ଲେଖୁ ଲେଖୁ ଶବ୍ଦଭଣ୍ଡାରୁ

ଶବ୍ଦସମୂହ ଗଲାଣି ସରି।


        


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Krushna prasad Das