STORYMIRROR

omm mishra

Others

4  

omm mishra

Others

ମା

ମା

1 min
249


କବି କଲମୁ ନିଃସୃତ ପଂକ୍ତି ର ଶକତି

ତନୁ ସରସୀ ରେ ପ୍ରସ୍ପୁଟିତ କରେ ଅମାପ ଉତ୍ପଳ ସମ୍ଭାର

ବଞ୍ଚିତ ଲାଞ୍ଚିତ ଜୀବନ ଡୋର ନୁହଁଇ ସକତ

ମାତୃ ସ୍ନେହ ଏଠି ସାର।


ଶତ ସତ ପୁସ୍ତକର ଜ୍ଞାନ ଯୁକ୍ତ ଅକ୍ଷର ଯେମିତି

ସେମିତି ତାର ତ୍ୟାଗର ନାହିଁ ପଟାନ୍ତର

ତାର ମମତା ମାପକ ଅସୀମ ଏକକ ରେ

ଖାଲି ତ୍ୟାଗ ଆଉ ମମତା ର ପଡ଼ିଛି ଗାର।


ମମତା ର ରୂପ ଲାବଣ୍ୟ କୁ ବିଧାତା ତା ହୃଦୟେ ଖଞ୍ଜିଛି

ସତେକି ଛୁଟେ ଅମୃତ ର ଶୁଦ୍ଧ ବାରିଧାରା

ପିକର କୁହୁ କୁହୁକ ର ମଧୁର ବାଦ୍ୟ କୁ

ମମତା କାଗଜେ ଛପେଇ ଆଣିଛି ପରା।


ଚନ୍ଦ୍ର ତୁ ପକ୍ଷର ମମତା ଆଖ୍ୟାର

ରକ୍ଷା ର ତୁ ପୁଣି ପରାକାଷ୍ଠା

ଆଦ୍ୟରୁ ଅନ୍ତ ମୁଁ ବାରମ୍ବାର ଭଜେ

ତୋ ଆଗେ ଶକ୍ତିହୀନ ହୋଇଉଠେ ସ୍ରଷ୍ଟା।


ଦିଗଭ୍ରଷ୍ଟା ତୋର ସନ୍ତାନ ଟେ ପାଇଁ

ଛୁଟାଇ ଦେ ସଦ୍ୟ ସୁଗନ୍ଧ ଅମୃତର ବାରିଧାରା

ସେ ବାରିଧାରା ରେ ସ୍ନେହ କରୁଣାର

ଚିତ୍ର ରେ ଚିତ୍ରିତ ହେଉ ଅନନ୍ତ ଆକାଶ ଢଙ୍କା ଏ ଧରା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from omm mishra

ମା

ମା

1 min ପଢ଼ନ୍ତୁ