Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

sanjaya kumar jena

Others

3  

sanjaya kumar jena

Others

ମା ତୁ ଆସିଛୁ ବୋଲି

ମା ତୁ ଆସିଛୁ ବୋଲି

1 min
414


ଗାଆଁ ଠୁ ସହର ସବୁଠି ଶୁଭୁଛି

ମାଆ ମାଆ ଡାକ ତୋର

ସତେ ତୁ ଆସିଲେ ମାଆ ଏ ଧରାକୁ

ଦୁଃଖ ହୋଇଯିବ ଦୂର ।

ଗାଆଁ ଠୁ ସହର ଅନାଥ ପିଲାର

ପୁରିଯିବ ଲୋ ମା ପେଟ

ଦୁଃଖି ରଙ୍କିଙ୍କର ଆଖିର ଲୁହକୁ

ପିଇବନି ଆଉ ଓଠ ।

ଧରଣୀ ମାଆର କିଛିଦିନ ମୁହେଁ

ପୁଣି ଯେ ଫୁଟିବ ହସ

ମାଆ ତୋତେ ଡରି ଅମୃତ ବଦଳେ

ପାପୀ ଯେ ପିଇବେ ବିଷ ।

ଧର୍ମ ବନ୍ଧା ପଡେ ଅଧର୍ମର ହାତେ

ସେ କଥା ବୁଝୁଛି କିଏ

ପାପର ହିସାବ ମିଳେ ନାହିଁ ଏଠି

ପୁଣ୍ୟ ଫଳ ଶୂନ ହୁଏ ।

ଆସିଲେ ମାଆ ତୁ ନୂଆ ଆଶା ଉଠେ

ସଭିଙ୍କ ମନରେ ଚେଇଁ

ଫୁଲ ଫଳେ ପୂଜା ଥାଳିକୁ ସଜାଇ

ସଭିଏଁ ଅଛନ୍ତି ଚାହିଁ ।

ମାଆ ଜଗତ ଉଦ୍ଧାର ପାଇଁ ।



Rate this content
Log in