STORYMIRROR

Basanta Panda

Others

3  

Basanta Panda

Others

ଲାବଣ୍ୟ ସୁନ୍ଦରୀ

ଲାବଣ୍ୟ ସୁନ୍ଦରୀ

1 min
414


ଲାଜେଇ ଲାଜେଇ ଆଗୋ ଲାଜବତୀ

ଲାଜକୁ ଭୂଷଣ କରିଛ

ମଦନ ଜର୍ଜର ନୟନରେ ଶର

ପେଷି ବୁକୁ ଭେଦ କରୁଛ     ll


ମୁରୁକି ମୁରୁକି ହସ ଆଢୁଆଳେ

ମଧୁରସ ଲୁଚି ରହିଛି

ସଧିର ମଳୟେ ଓଢଣୀଟା ଉଡ଼ି

ଗୁପତକୁ ଖୋଲି ଦେଉଛି     ll


ରତ୍ନଆଭୂଷିତା ଚମ୍ପକମଣ୍ଡିତା

ଲକ୍ଷେ ଚନ୍ଦ୍ରଫୁଲ ସମ୍ଭାର

ପୁରିଲା ପୁରିଲା ବକ୍ଷ ବିଭାବରୀ

ସୁରଭି ଲେପନ ବେଭାର     ll


ଏପରି ରମଣୀ ସୁଦକ୍ଷ ବିନ୍ଧାଣୀ

ଚାରୁକଳା ଚିତ୍ତେ ଚିନ୍ତିଲା

ମନସିଜଜୟ ସୁରମ୍ୟ ପ୍ରତିମା

ସଜେଇ ସାଜେଇ ଗଢିଲା    ll


ପାଖେଇ ପାଖେଇ ଆସୁଥିଲି ଚାହିଁ

ଲାବଣ୍ୟସୁନ୍ଦରୀ ଅଞ୍ଚଳ

ଅଜାଣତେ ଦୃଷ୍ଟି ପଡିଲା ଉରଜେ

ହୃଦୟ ସ୍ପନ୍ଦିଲା ଚଞ୍ଚଳ       ll


ସରସ ବିନ୍ୟାସ କୁନ୍ତଳର କାନ୍ତି

ଗଭାରେ ମଞ୍ଜୁଳ ଗଜରା

ଚପେଇ ଚପେଇ ଚିବୁକେ ଚୁମ୍ବନ

ପିଆଇଲା ମଧୁ ମଦିରା      ll


ଧସେଇ ଧସେଇ ଅନ୍ତର ଗର୍ଭରୁ

କାମ ହେଲା ଉଦ୍-ଗିରଣ

ସୁକୁମାର ଆହା ମଉନ ଯୌବନ

କାମିନୀରେ ହେଲା ବିଲିନ     ll


     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍