STORYMIRROR

Debaprakash Sahoo

Others

5.0  

Debaprakash Sahoo

Others

କଥା କହେ କଲମ

କଥା କହେ କଲମ

1 min
14.1K


ଧେତ୍ କଲମ କଣ୍ କଥା କହେ !

ହଁ କଲମ କଥା କହେ ।

ଯେତେବେଳେ ତମେ ଚୁପ୍ ହେଇଯାଅ,

ଯେତେବେଳେ ମୁଁ ଚୁପ୍ ହେଇଯାଏ,

କଲମ କଥା କହେ.....,

ଯେତେବେଳେ ଏମାନେ ସେମାନେ ଅନ୍ୟମାନେ ସମସ୍ତେ ଚୁପ୍ ହେଇଯାଆନ୍ତି ।


ସିଏ କଥା କହେ ବାପାଙ୍କ ଧାରୀଉଧାରୀ ପକେଟ ଖାତାରେ,

ସିଏ କଥା କହେ ବୋଉର ତେଲ ଲୁଣ ହିସାବ ଖାତାରେ,


କଣ୍ କେବେବି ଶୁଣିନ ?

ଅତ୍ୟାଚାର ଅବିଚାର ଆକ୍ରୋଶର କଥା,

ବୁଢ଼ୀ ଅଶୁରୁଣୀ ଅବା ପ୍ରେମର କବିତା,


କଲମ କହି ଚାଲିଚି ଏମିତି କହୁଥିବବି....,

ଅସ୍ପଷ୍ଟ ଅଦୃଷ୍ଟ ଅସଜଡ଼ା ଶବ୍ଦ ଗୁଡାକୁ ଝାଡ଼ି ଝୁଡ଼ି,

ଅବା ଉତ୍ସାହ ଆଗ୍ରହ ଆଶା ଉଦ୍ଦୀପନା ଗୁଡାଏ ଗୋଟେଇ ଗୋଟାଇ l


କଣ୍ କହିଲ.......?

ତୁମ ସହ କାହିଁକି କଥା ହୁଏନି ?

ହା ହା ହେବ.... ହେବ....,

ଟିକେ ଧର୍ଯ୍ୟ ତ ଧର,

ତୁମ କଲମବି କଥା କହିବ ।


ଦୂରର ସେ ପାହାଡ଼ଟାକୁ ଦେଖି ପାରୁଛ ?

ସେଇଟା ହେଲା ତ୍ୟାଗ ର ପାହାଡ଼ ।

ଥରେ ସେ ପାହାଡ଼ ଶୀର୍ଷକୁ ଚଢିଯାଅ....

ଦେଖିବ ଖୁବ୍ ନାଲି ନେଳି ଫୁଲ ଫୁଟିଥିବ,

ତମେ କିନ୍ତୁ ତୋଳିବନି,

ଥରେ ସେ ଭଲ ଫୁଲ ଗୁଡାକୁ ସେମିତି ଭଲ ଅବସ୍ଥାରେ ଛାଡ଼ିଦେଇ ଆଶ....,

ଦେଖିବ ତୁମ କଲମବି ତୁମ ସହ କଥା ହେବା ଆରମ୍ଭ କରିଦେବ ।


🖋ଦେବପ୍ରକାଶ ସାହୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍