କରୋନା ଆଉ ଡରାନା
କରୋନା ଆଉ ଡରାନା

1 min

58
କରୋନା...
ତମେ ବିଶ୍ୱ ଆଖିରେ
ଲୁହ ହୋଇ ଝରନା ।
'ବାରୁଦ' ହୋଇ -
ବିଶ୍ୱ ଦରବାର ବନ୍ଧୁକରେ
ଗୋଳା ହୋଇ ଫୁଟନା ।
'କରୋନା'----
ତମେ ମାନବ ଜାତିକୁ
ସ୍ପର୍ଶ ଦେଇ---
ଶ୍ବାସରୁଦ୍ଧ କରନା
ଏ ବିଶ୍ୱ କୁ ଡରାନା ।
କରୋନା
ତମେ 'କୋକୁଆ' ଭୟ ଦେଖାଇ
ଆତ୍ମହତ୍ୟା କରିବାକୁ
ବାଧ୍ୟ ଆଉ କରନା
ଏମିତି...ଶ୍ଵାନ... ଶାଦୁର୍ଲ
ଛୁଅନ୍ତି ନାହିଁ 'ଶବ'କୁ
ଭାଇ--ବନ୍ଧୁ--
ଜ୍ଞାତି--କୁଟୁମ୍ବ--
ଦେଖିପାରନ୍
Advertisement
ତି ନାହିଁ...
ଚାରି କାନ୍ଧ ଦେଇ
ରାମ--ନାମ--ସତ୍ୟହେ
କହିପାରନ୍ତି ନାହିଁ ।
କରୋନା
ଆଉ ତୁମେ ଡରାନା
ତୁମର ସେ 'ଭୁତାଣୁ'
ଜାତି--ଗୋତ୍ର
ବର୍ଣ୍ଣ--କୂଳ
ଧନୀ--ଗରିବ
ମାନେନା---
ତୁମ ସ୍ପର୍ଶରେ
ଏ ମାନବ ଜାତି
ହୋଇଯାଏ ଅସ୍ପର୍ଶ
ହେ ବିଶ୍ୱନାଶକ କରୋନା
ଏ ମାନବ ସମାଜକୁ
କର ଟିକେ କରୁଣା
ଲୁଚିଯାଅ
ଲୀନ ହୋଇଯାଅ
'ସୂର୍ଯ୍ୟ'ର ପ୍ରଖର ଖରାରେ ।
ମୌସୁମୀ ଆଗମନ
ପୂର୍ବରୁ ବିଦାୟ ନିଅ --
ଏ ମାନବ ଜାତିର
ପଞ୍ଚେନ୍ଦ୍ରିୟ ମଧ୍ୟରୁ.....।