STORYMIRROR

Raj Kumar Rai

Others

3  

Raj Kumar Rai

Others

କଲମ କଥା

କଲମ କଥା

1 min
27.4K


ପଚାରିଲି ଦିନେ କୁହ ହେ କଲମ

ଖୁସିରେ କେମିତି କରୁଛ କାମ

ଜାଣି ଅବସର

ନାହିଁ କେବେ ତୁମ,,,

କହିଲା ସେ ହସି ନହୋଇ ଉଦାସୀ

ଇଏ ନୁହେଁ ଶ୍ରମ

ଇଏ ମୋ କରମ ଇଏ ମୋ ଧରମ

ସମାଜ ପ୍ରତି ମୋ ଅନ୍ତର ପ୍ରେମ

ଶବଦର ନଇ ଯାଏ ଯେବେ ଛୁଇଁ

ଆତ୍ମା ମୋ ସନ୍ତୋଷ ପାଏ

କବିତାର ଧାଡି ମୁଁ ଦେଲେ ଯୋଡି

କାବ୍ୟ ବି କବିତା ଗାଏ

ଯୁଗ ଯୁଗ ନେଇ ବିଭିନ୍ନ ବନେଇ

ଭିନ୍ନ ଭିନ୍ନ ରୂପ ରଙ୍ଗ

ଲେଖୁଛି ଲେଖିବି ଲେଖିଚାଲୁଥିବି

ଢାଳି ଢାଳି ମୋର ଅଙ୍ଗ

ପଚାରିଲି ଦିନେ କୁହ ହେ କଲମ

ତୁମ ମୁହେଁ କିଆଁ ନାହିଁ ସରମ

ପାପୀ ହାତେ ଥାଅ ପୂର୍ଣ୍ୟରେ ବି ରୁହ

ଏଇ କିଆଁ ତୁମ ପ୍ରେମର ନିମ

କହିଲା ସେ ହସି ହୋଇ ଦୀର୍ଘାନାଶି

ଜାଣେନି ନରମ ଜାଣେନି ଗରମ

ଚିହ୍ନେନି କିଏ ମୋ ମଣୀମ

ଭାବି ମୁଁ ଏତିକି କର୍ମ କରେ ନିତି

ଦୁନିଆ ପାଇଁ ମୁଁ ମୃମ,,,,



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Raj Kumar Rai