Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manas Ranjan Swain

Others

3  

Manas Ranjan Swain

Others

କି, ମୃଗ କି, ମୟୂର

କି, ମୃଗ କି, ମୟୂର

1 min
249


କି, ମୃଗ କି, ମୟୂର

ପଥ କଣ

କେଉଁ କାଳେ ସରେ

କେଉଁ ଗଛ ମୂଳେ ?

ନା, ନଗ୍ନ ପାଦରେ ଦେଖେଇ ହୁଏ

ମୁହୂର୍ତ୍ତ ମୁହୂର୍ତ୍ତକୁ ଫିଙ୍ଗି

ମାଇଲ ମାଇଲ ମୋନାଲିସା

ଖୋଜିବାର ଧୂଳି....

ମୋର ବୋଲି

କିଛି ନ ରହିଲା ବେଳେ

ମୋ ମିଛ ତ ମୋର ନୁହେଁ

କେମିତି କହିବି

ଲୁହରେ ନା ଝାଳରେ

ଏ ମୋର ବାମ ଛାତି

ଅନିଶ୍ଚିନ୍ତତାରେ କାହିଁକି

ମୃଗ ଭଳି ଖାଏ ଅଜଣା ବାଉଳି

ମୟୂର ହୋଇ ୠତୁ ଖୋଜିଲେ

ମୋ କଥା ତ ସରିବନି

ସମର୍ଥ ପୁଲିଙ୍ଗ ଶବ୍ଦରେ

ଯଦିଓ ମୁଁ ଜାଣିଛି,

ମାଟିରେ ମୁତ୍ଯୁ ଥାଏ

ଥାଏ ପୁଣି ମଲ୍ଲୀ ଫୁଲର ବାସ୍ନା

ଆକାଶରେ ଶୂନ୍ୟତା ର ନେଳି ଥାଏ

ଫେର ଥାଏ ଜହ୍ନ

ଅସମାପିକା ଦୁଃଖ ଟିଏ କେମିତି କହିବି

"ବିଷୁପ୍ତ ସମୁଦ୍ର ମଝିରେ

ମିଞ୍ଜି ମିଞ୍ଜି ଜଳୁଥିବା

ସେ କେଉଁ ନୁଖୁରା ସଳିତା

କାହା ଲଣ୍ଠଣ ର ।

କିଏ ତା, ସୌଦାଗର

କେଉଁଠି ତା ଜାହାଜର ଘର " ।।


Rate this content
Log in

More oriya poem from Manas Ranjan Swain