STORYMIRROR

suprava champati

Others

3  

suprava champati

Others

ଖୁସି

ଖୁସି

1 min
199

ଖୋଜିଲିଣି ତୋତେ କୋଉଠି କେତେ

ମିଳୁନୁ କାଇଁ ତୁ ଆଜି ଆଉ ମୋତେ

ମିଳି ଯାଉ ଥିଲୁ ତୁ ଏତେ ସହଜରେ

ଆଜି କାଇଁ ତା ହେଲେ ମୋ ଠାରୁ ଏତେ ଦୂରେ

ଖୋଜି ସାରିଲିଣି ସବୁ ବସ୍ତୁ ଆଉ ବଜାର

ମିଳୁ ନାହିଁ କିନ୍ତୁ ଆଭାସ ଆଉ ତୋର

ସହରକୁ ଆସି ମଜି ଗଲି ଧନ ଉପାର୍ଜନରେ

ଆଉ ହରେଇ ଦେଲି ସମସ୍ତ ଙ୍କୁ ତୋତେ ପାଇବା ଆଶାରେ

ହଜି ଗଲାଣି ମୋ ସାରା ଆଶା ଭରସା

ଵୁଢା ବସ୍ଥାରେ ଉପନୀତ ହେଇ ଛାଡି ଗଲାଣି ଏ ଧନ ଦୈାଲତ ନିଶା

ଭୁଲି ଯାଇଥିଲି ମୁଁ ତୋ ବାସ ଠିକଣା

ଆଉ ଖୋଜିଲି ତୋତେ ବହୁତ ହେଇ ବାଟବଣା

ହେଲେ ମନ ପଡି ଗଲା ଆଜି ଠିକଣା ତୋର

ରହୁ ପରା ତୁ ମୋ ଗାଁ ରେ କରି ମୋ ଆତ୍ମୀୟଙ୍କୁ ନିଜର

ମିଳି ଯାଉ ଥିଲୁ ଛୁଆ ବେଳେ ପର ବାରିରୁ ଆମ୍ବ ଚୋରେଇକି

ସାଂଗ ମାନଙ୍କ ସହ ମନ ଖୋଲା ଗପ କରି କି

ମିଳି ଯାଉ ଥିଲୁ ମୋତେ ଖେଳି ମୋ ଭାଇଭଉଣୀଙ୍କ ସହ

ଡାଗରପୁଆ

ଆଉ କୁଆଁର ପୁନେଇଁ ରାତିରେ ଖେଳି ବୋହୂ ଚୋରି ହେଇ ସବୁ ଝିଅ ଛୁଆ

ମିଳି ଯାଉ ଥିଲୁ ବାପାଙ୍କ ମିଛ ଆକଟରେ

ବୋଉର କୋଳ ଆଉ ମଥା ଆଉଁସାରେ

ଭାବିଚି ଫେରିଯିବି ମୁଁ ମୋ ଗାଁକୁ ତୋତେ ପାଇବା ଆଶାରେ

ହେ ଖୁସି କହ କଣ ପାରି ହେଇ ଗଲାଣି ଏ ବୟସ କରିବାକୁ

ତୋତେ ନିଜର ଆଉ ଥରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from suprava champati

ଖୁସି

ଖୁସି

1 min ପଢ଼ନ୍ତୁ