ଖୁସି
ଖୁସି
ଖୋଜିଲିଣି ତୋତେ କୋଉଠି କେତେ
ମିଳୁନୁ କାଇଁ ତୁ ଆଜି ଆଉ ମୋତେ
ମିଳି ଯାଉ ଥିଲୁ ତୁ ଏତେ ସହଜରେ
ଆଜି କାଇଁ ତା ହେଲେ ମୋ ଠାରୁ ଏତେ ଦୂରେ
ଖୋଜି ସାରିଲିଣି ସବୁ ବସ୍ତୁ ଆଉ ବଜାର
ମିଳୁ ନାହିଁ କିନ୍ତୁ ଆଭାସ ଆଉ ତୋର
ସହରକୁ ଆସି ମଜି ଗଲି ଧନ ଉପାର୍ଜନରେ
ଆଉ ହରେଇ ଦେଲି ସମସ୍ତ ଙ୍କୁ ତୋତେ ପାଇବା ଆଶାରେ
ହଜି ଗଲାଣି ମୋ ସାରା ଆଶା ଭରସା
ଵୁଢା ବସ୍ଥାରେ ଉପନୀତ ହେଇ ଛାଡି ଗଲାଣି ଏ ଧନ ଦୈାଲତ ନିଶା
ଭୁଲି ଯାଇଥିଲି ମୁଁ ତୋ ବାସ ଠିକଣା
ଆଉ ଖୋଜିଲି ତୋତେ ବହୁତ ହେଇ ବାଟବଣା
ହେଲେ ମନ ପଡି ଗଲା ଆଜି ଠିକଣା ତୋର
ରହୁ ପରା ତୁ ମୋ ଗାଁ ରେ କରି ମୋ ଆତ୍ମୀୟଙ୍କୁ ନିଜର
ମିଳି ଯାଉ ଥିଲୁ ଛୁଆ ବେଳେ ପର ବାରିରୁ ଆମ୍ବ ଚୋରେଇକି
ସାଂଗ ମାନଙ୍କ ସହ ମନ ଖୋଲା ଗପ କରି କି
ମିଳି ଯାଉ ଥିଲୁ ମୋତେ ଖେଳି ମୋ ଭାଇଭଉଣୀଙ୍କ ସହ
ଡାଗରପୁଆ
ଆଉ କୁଆଁର ପୁନେଇଁ ରାତିରେ ଖେଳି ବୋହୂ ଚୋରି ହେଇ ସବୁ ଝିଅ ଛୁଆ
ମିଳି ଯାଉ ଥିଲୁ ବାପାଙ୍କ ମିଛ ଆକଟରେ
ବୋଉର କୋଳ ଆଉ ମଥା ଆଉଁସାରେ
ଭାବିଚି ଫେରିଯିବି ମୁଁ ମୋ ଗାଁକୁ ତୋତେ ପାଇବା ଆଶାରେ
ହେ ଖୁସି କହ କଣ ପାରି ହେଇ ଗଲାଣି ଏ ବୟସ କରିବାକୁ
ତୋତେ ନିଜର ଆଉ ଥରେ।
