STORYMIRROR

poojarani parida

Others

3  

poojarani parida

Others

-: କାଶତଣ୍ଡୀ :-

-: କାଶତଣ୍ଡୀ :-

1 min
436


ମୃଦୁ ସମୀରଣେ ମୁଲକେ ମହକେ 

     ଶ୍ଵେତାମ୍ବରୀ କାଶତଣ୍ଡୀ ,

ଶରତ ସମ୍ଭାରେ ଶିକ୍ତ କାକରରେ 

     ଗହୀର ମଥାର ମଣ୍ଡି ।


ସ୍ନିଗ୍ଧ ଜୋଛନା ନିର୍ମଳ ଗଗନେ 

    ଚନ୍ଦ୍ରକିରଣରେ ସ୍ନାତ ,

ଶ୍ୱେତବର୍ଣ୍ଣା ରୂପେ ତୋରାଣ ସଜାଇ 

    ତଟିନୀ ତଟ ବେଷ୍ଟିତ ।


ସକାଳ ଶିଶିରେ ରମଣୀୟ ଶୋଭା

    ସ୍ବର୍ଗର ସୁଷମା ଦେଇ ,

ସ୍ୱଚ୍ଛ ଜଳରାଶି ନଦୀପଠା ଧାରେ 

    କାଶତଣ୍ଡୀ ଝୁଲୁଥାଇ ।


ଅପରୂପ ଶୋଭା ହାସ୍ୟ ମନଲୋଭା

    ଗୋହିରୀ ତଟିନୀ ତଟେ ,

ପ୍ରକୃତି ସୁଷମା ଚାମର ହଲାଇ 

    କର୍ମକୁ ଉସ୍ଛାହ ଜୁଟେ ।



Rate this content
Log in

More oriya poem from poojarani parida