STORYMIRROR

Sasmita Dass

Others

3  

Sasmita Dass

Others

ଜୟଗୁରୁ

ଜୟଗୁରୁ

1 min
13.2K


ମଙ୍ଗଳ ମୂରତି ଆହେ                        କରୁଣାର ଧାରା ପ୍ରାୟେ

                  ପ୍ରେମ ସିନ୍ଧୁ ବିନ୍ଦୁ ବିନ୍ଦୁ ଦିଅ ସିଞ୍ଚଇ

କଷାୟ ବାସରେ ଉଷା           ଅରୁଣିମା ସାଥେ ଆଶା

              ମନ୍ଦ ମନ୍ଦ୍ ସମୀରଣ ଦିଏ ବିଞ୍ଚଇ

                 ତୁମ ଶୁଭ ଆଗମନରେ

               ଏ ଗଗନ ଧରା ମନେ ପୁଲକ ଭରେ (1)

 

ତୁମର ଦିବ୍ୟ ପ୍ରକାଶ             ଆଶ୍ୱାସର ସ୍ମିତ ହାସ

           ଜ୍ଞାନ ଜ୍ୟୋତି ପ୍ରଜ୍ଜ୍ୱଳିତ ଚକ୍ଷୁ ଯୁଗଳେ

ଦୀନ ଦିନକର କରେ             ପାବନ ପୁଷ୍ପ ସମ୍ଭାରେ

           ଧୀରେ ଧୀରେ ଉଠେ ନଭେ ଦମ୍ଭ ଭୟରେ

                      ଗୁରୁ ତୁମେ ନାମ କର୍ମରେ

                   ତା କିରଣ ଜଳେ ତବ ପଦ ପ୍ରକ୍ଷାଳେ (2)

 

ଅନନ୍ତ ରୂପରେ ମଗ୍ନ             ମାୟାକୁ କରି ଧାରଣ

ସ୍ୱରୂପରେ ବିଦ୍ୟମାନ ଜୀବ ଉଦ୍ଧାରେ

କଳରବ ଧ୍ୱନି ଶୁଭେ              ଶଙ୍ଖ ହୁଳ ହୁଳି ମଧ୍ୟେ

              ସ୍ୱାଗତ ଜଣାଉ ଭକ୍ତିପୂତ ଅନ୍ତରେ

                      ଅଜ୍ଞାନକୁ କେଶେ କି ବାନ୍ଧି

              ବିରାଜିଛ ଜ୍ଞାନ ଦିବ୍ୟ ବସନ ପିନ୍ଧି (3)

 

ଅଭୟ ବନ୍ଧନ ମୋଚକ          ତ୍ରତାପ କ୍ଲେଶ ନାଶକ

ଅଭୟ ଦେଇଛ ତୁମେ ଶିଷ୍ୟ ପ୍ରାଣକୁ

କି ଦେଇ ପୂଜିବ ହର             ଏ ବିଶ୍ୱ ବି ହେବ ଛାର

                     ମନ ଲୋଡେ ଏ ଜୀବନ ସମର୍ପିବାକୁ

                           ଭକ୍ତି ପଦ କମଳ ସାଜି

                          ଚରଣ କି ତା ପ୍ରୀତିରେ ଦେଇଛି ଛନ୍ଦି (4)

 

ଆନନ୍ଦ ସାଗର ତୁମେ                        କ୍ଷୁଦ୍ର ଉର୍ମିମାଳା ଆମେ

                ବାରମ୍ବାର ତୁମ ଠାରେ କରୁ ନମନ

ଅନ୍ତରଯ୍ୟାମୀ ଭାବଗ୍ରାହୀ        ହୃଦୟ ଆସନେ ରହି

               ଦେବ କି ହେ ଦେବ ତବ ପଦେ ଶରଣ

                           ଅପୂର୍ବ ଏ ମିଳନ ସ୍ଥଳେ

                            ଶତ ଶତ ପ୍ରାଣ ଆଜି ମନକୁ ଢାଳେ (5)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍