STORYMIRROR

Pitambar Majhi

Children Stories

3  

Pitambar Majhi

Children Stories

ଜୟ ହେ ହନୁମନ୍ତ

ଜୟ ହେ ହନୁମନ୍ତ

1 min
252

ପବନ ସୂତ ଅଞ୍ଜନା ମାତ 

      ଜୟ ହେ ହନୁମନ୍ତ

ଆକୁଳ ଭରେ ତୁମ ପାଦରେ 

      କରୁଛି ଦଣ୍ଡବତ ।

ରାମ ନାମକୁ ତୁଣ୍ଡରେ ଧରି 

      କରିଲ ସୀତାଠାବ

ତୁମ ଉପରେ ପ୍ରସନ୍ନ ହେଲେ 

      ରଘୁବୀର ରାଘବ ।

ତୁମ ଚା଼ଳିଶା କରିଲେ ପାଠ 

      ପ୍ରେତ ଯେ ହୁଏ ଦୂର

ସ୍ୱର୍ଣ୍ଣ ଲଙ୍କାକୁ ନିଆଁ ଲଗାଇ 

      ପାଉଁଶ କରିଦେଲ ।

ପାତାଳପୁରେ ମହୀରାବଣ 

      ରାମ ଲକ୍ଷ୍ମଣ ନେଇ

ବଧିଲ ତାକୁ ହେ ହନୁମାନ 

      ପାତାଳପୁରେ ଯାଇ ।

ବିଭୀଷଣ ଯେ କଲେ ସନ୍ଦେହ 

      ବକ୍ଷକୁ ଚିରିଦେଲ 

ରାମ ସୀତାଙ୍କୁ ନିଜ ବକ୍ଷରେ 

      ପ୍ରତ୍ୟକ୍ଷ ଦେଖାଇଲ ।

ଇନ୍ଦ୍ରଜିତର ଶରାଘାତରେ 

      ଲକ୍ଷ୍ମଣ ମୂର୍ଚ୍ଛା ଗଲେ

ଗନ୍ଧମାର୍ଦ୍ଧନ ଟେକି ଆଣିଲ 

      ଗୋଟିଏ ରାତିକରେ ।

କାଳନେମି ଯେ ଛଦ୍ମ ବେଶରେ 

      ହିମାଳୟରେ ବସି

କୁମ୍ଭୀରିଣୀଠୁ ଜାଣିଲ ସବୁ 

      ବଧିଲ ତାକୁ ଆସି ।

କେଶରୀନନ୍ଦନ ହେ ଦୁଃଖ ଭଞ୍ଜନ 

      ଗୁହାରୀ ଥରେ ଶୁଣ

ଲୋଡ଼ା ନାହିଁ ମତେ ଧନ ଜନ ମାନ 

       ତୁମ ପାଦେ ଥାଉ ମନ ।



Rate this content
Log in