STORYMIRROR

TANMAYEE MOHANTY

Others

4  

TANMAYEE MOHANTY

Others

ଜନ୍ମାଷ୍ଟମୀ

ଜନ୍ମାଷ୍ଟମୀ

1 min
377


ସାଧୁସନ୍ଥଙ୍କ ପରିତ୍ରାଣ ଧର୍ମର ହେବ ସଂସ୍ଥାପନ

ଦୁଷ୍ଟର ନିବାରଣ ପାଇଁ ଜନମ ନେଲ ହେ କହ୍ନାଇ

ଦ୍ଵାପରେ ରାଜା କଂସାସୁର ପ୍ରତାପେ ଥରାଏ ତ୍ରିପୁର

ତାର ବିନାଶ ପାଇଁ ତୁମେ କୃଷ୍ଣ ହୋଇଲ ଏହି ଲଗ୍ନେ ।


 ଜନ୍ମାଷ୍ଟମୀ ଏ ଦିନ ଅଟେ ,ଧରାରେ ସେ ଦିନୁ ପ୍ରକଟେ

ହେ ଯୋଶଦା ରଙ୍କ ରତନ ଗୋପୀଙ୍କ ହୃଦୟ ଚନ୍ଦନ

 ରାଧାରାଣୀ ଜୀବ ଜୀବନ ହେ ମଦନମୋହନ କୃଷ୍ଣ

ଆଜି ତୁମେ କଣ ଦେଖୁନ ଏ ଧରା ପାପରେ ପୂଣ୍ଣ ।


କଂସ ଯେ ଛନ୍ତି ଶହଶହ ବଞ୍ଚିବା ହେଉଛି ଦୁଃସହ

ଅନ୍ୟାୟ ଅଧର୍ମ ଅନିତି ନାନାପ୍ରକାର ଅପକିର୍ତି। 

ଶିଶୁ ବାଳକ ବୃଦ୍ଧ ଯେତେ ସବୁ ଶୋଷଣ ହୋନ୍ତି ସତେ

ନାରୀ ଜାତିକୁ ନାନାମତେ ଅନେକ ଯାତନା ଦିଅନ୍ତେ ।


ଦୁଷ୍କର୍ମ ,ବଳାକ୍ତାରର ଶୀକାର ଝିଅ ନପାଏ ଉଦ୍ଧାର

ଚୋରୀ, ଡକାୟତି ତ ଛାର ନରହତ୍ଯା ନିତିଦିନର

କ୍ରୋଧ ହିଂସା ର ହୋଇ ବଶ ପାଗଳ ହେଉଛି ମଣିଷ

କ୍ଷମତା ସିଂହାସନ ପାଇଁ ହତ୍ୟା କର ଇ ବାପ ଭାଇ ।


ସତ୍ୟ ହୋଇଛି କଣ୍ଠରୁଦ୍ଦ ନ୍ୟାୟ ଯେ ହୁଏ କ୍ରୃଶବିଦ୍ଦ 

ଶହଶହ କଂସଙ୍କ ରାଜୁତି ତୁମେ ଆସ ହେ ରଘୁପତି

ସଂସାରେ ପଡ଼ିଛି ବିପତ୍ତି ଶୁଣ ମୋହର ଏ ମିନତି

ଆସୁଛି ଜନ୍ମାଷ୍ଟମୀ ଦିନ ଡେରି ନକରି ଭଗବାନ ।


ଏ ଧରାଧାମେ ଅବତରି ସନ୍ତୋଷେ ପ୍ରଭୁ ଦିନମଣି

ଆସୁରୀ ଶକ୍ତିର ବିଲୋପ ହେଉ ହେଉ ପାପ ନିବାରଣ

ଭୂଦେବୀ ନୟନୁ ଅଶ୍ରୃ ପୋଛି ହସ ଫୁଟାଅ ହେ ନାରାୟଣ

ତୁମର ମୁଗ୍ଧ ବଂଶୀ ସ୍ଵନ ଉଦ୍ଧାରୁ ମାନବ ଜୀବନ।


ମୁଁ ଅକିଞ୍ଚନ ପଥଭ୍ରଷ୍ଟ ସଂସାର ମାୟାରେ ଆବିଷ୍ଟ

ମାୟାମୋହରୁ କର ଛିନ୍ନ ସୁପଥେ ନିଅ ଭଗବାନ

କୃଷ୍ଣନାମ ତୁମ କର ସାର୍ଥକ ହଟିଯାଉ ଯେତେ ଦୁଃଖ ଓ ଶୋକ

ତୁମନାମ ସ୍ମରି ଏଜୀବ ଯାଉ କୃଷ୍ଣ ପ୍ରେମେ ସଦା ଏମନ ଥାଉ।

                   


Rate this content
Log in

More oriya poem from TANMAYEE MOHANTY