STORYMIRROR

Rashmi Ranjan

Others

5.0  

Rashmi Ranjan

Others

ଜିତିବାକୁ ହେଲେ

ଜିତିବାକୁ ହେଲେ

1 min
13.5K


ବେଳେବେଳେ ଜିତିବାକୁ ହେଲେ ହାରିବାକୁ ପଡେ

କିଛି ଭୁଲ ନଥାଇବି ଅନେକ କିଛି ଶୁଣିବାକୁ ପଡେ


ବେଳେବେଳେ ଜିତିବାକୁ ହେଲେ ଅନ୍ୟକୁ ଜିତାଇବାକୁ ପଡେ

ବେଳେବେଳେ ଜିତିବାକୁ ହେଲେ ସଂପର୍କଟିଏ ଭୁଲିବାକୁ ପଡେ


ବେଳେବେଳେ ଜିତିବାକୁ ହେଲେ ସାହାଯ୍ୟ ଦରକାର ପଡେ

ବେଳେବେଳେ ଜିତିବାକୁ ହେଲେ ଛଳନା କରିବାକୁ ପଡେ


ବେଳେବେଳେ ଜିତିବାକୁ ହେଲେ ଆର୍ଶୀବାଦ ଦରକାର

ବେଳେବେଳେ ଜିତିବାକୁ ହେଲେ ଅଭିଶାପ ବି ସ୍ୱିକାର


ବେଳେବେଳେ ଜିତିବାକୁ ହେଲେ ସ୍ୱପ୍ନଟିଏ ଦେଖିବାକୁ ପଡେ

ବେଳେବେଳେ ଜିତିବାକୁ ହେଲେ ସ୍ୱପ୍ନଟିଏ ଭୁଲିବାକୁ ପଡେ


ବେଳେବେଳେ ଜିତିବାକୁ ହେଲେ ମିଛ କହିବାକୁ ପଡେ

ବେଳେବେଳେ ଜିତିବାକୁ ହେଲେ ସତ୍ୟଟିଏ ଲୋଡା ହୁଏ


ବେଳେବେଳେ ଜିତିବାକୁ ହେଲେ ଜୀବନ ନେବାକୁ ପଡେ

ବେଳେବେଳେ ଜିତିବାକୁ ହେଲେ ଜୀବନ ଦେବାକୁ ପଡେ


ବେଳେବେଳେ ଜିତିବାକୁ ହେଲେ ବନ୍ଧୁ ହୁଏ ପର

ବେଳେବେଳେ ଜିତିବାକୁ ହେଲେ ଶତୃବି ସ୍ୱିକାର


ବେଳେବେଳେ ଜିତିବାକୁ ହେଲେ କରିଥାଏ ଅନୁରୋଧ

ବେଳେବେଳେ ଜିତିବାକୁ ହେଲେ ଦେଖାଏ ଅଧିକାର ଶବ୍ଦ


ବେଳେବେଳେ ଜିତିବାକୁ ହେଲେ ଦେବାକୁ ପଡେ ଅଗ୍ନିପରିକ୍ଷା

ବେଳେବେଳେ ଜିତିବାକୁ ହେଲେ ନୂଏଁ ନାହିଁ ମଥା


ବେଳେବେଳେ ଜିତିବାକୁ ହେଲେ ଲୋଡାପଡେ କୋମଳ ବଚନ

ବେଳେବେଳେ ଜିତିବାକୁ ହେଲେ ଦରକାର କଟାକ୍ଷ କର୍କଶ ଗର୍ଜନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍