STORYMIRROR

Rashmiranjan Sahoo

Others

3  

Rashmiranjan Sahoo

Others

ଜୀବନ ଗଜଲ

ଜୀବନ ଗଜଲ

1 min
232


ସାରା ଆକାଶଟା ନିଜର ବୋଲି ତ ଡେଣା ହଳକ ମୁଁ ଯୋଡୁଛି


ଡେଣାରେ ରଙ୍ଗ ଥାଉ କି ନଥାଉ ଜୀବନେ ରଙ୍ଗ ଭରୁଛି ।।

ଟାଇଁ ଟାଇଁ ଖରା ମେଘୁଆ ଆକାଶ ସବୁକୁ ଆଡେଇ ଯିବାକୁ ତ ହବ ବହୁ ଦୂର ସଖି..

ଦୂର ଦେଶ ମୋତେ ଡାକିଛି

ମୁଁ ଜୀବନ ଆଁ ରେ ଘୁରୁଚି 

ସଂଜ ନଇଁଲେ ନିଡ଼କୁ ଫେରିବା ସପନରେ ପୁଣି

ଡେଣା ହଳକ ମୁଁ ଯୋଡୁଚି

ମୁଁ ଜୀବନ ଆଁ ରେ ଘୁରୁଚି ।।


ଗୀତ ଗାଇବାର ସମୟ ଛାଡି ମୁଁ 

ନିଜକୁ ଗୀତରେ ଖୋଜୁଛି

ଆଃ କିଏ ସେ ଲେଖିଛି ଜୀବନ ଗୀତକୁ

ଗୀତରେ ତାକୁ ମୁଁ ଖୋଜୁଛି

ମୁଁ ଜୀବନ ଆଁ ରେ ଘୁରୁଛି

ସାରା ଆକାଶଟା ନିଜର ବୋଲି ତ ଡେଣା ହଳକ ମୁଁ ଯୋଡୁଛି


ଡେଣାରେ ରଙ୍ଗ ଥାଉ କି ନଥାଉ ଜୀବନେ ରଙ୍ଗ ଭରୁଛି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Rashmiranjan Sahoo