STORYMIRROR

Sambit Dash

Others

3  

Sambit Dash

Others

ଜଗତ ଜନନୀ ମା

ଜଗତ ଜନନୀ ମା

1 min
1.0K


ଜୟ ଜୟ ମା ଜଗତ ଜନନୀ

    ଜଗତ କଲ୍ୟାଣୀ,

ସୁଖ ଦୁଃଖରେ ରହିଅଛି ପାଖେ

    ତୁହି ନାରାୟଣୀ ।।


ଆଶ୍ୱିନ ଆସିଲା ଏ ଧରା ଧାମକୁ

  ମେଘ ନିରୀମଳ ଦିଶିଲା

କାକୁଡି ଜହ୍ନି ହଳଦୀ ଫୁଲରେ ଏ

   ପ୍ରକୃତି ସୁନ୍ଦର ହସିଲା ।।

    

ମାଆଙ୍କ ଆଗମନେ ଫୁଳକିତ

   ହୋଇଯାଏ ଧରା,

ସଜବାଜ ହୁଏ ପୂଜାର ମଣ୍ଡପ

  ମାଆଙ୍କ ପାଇଁ ପରା ।।


ଏଇ ଆଶ୍ଵିନରେ ଲାଗିଛି ପାର୍ବଣ

   ହସେ ଧରା ଖିଲି ଖିଲି,

କାଶତେଣ୍ଡି ଫୁଲ ଶରତେ‌ ହସିଲା

   ମାଆ ଆସିବେ ବୋଲି ।।


 ଶରତ ଋତୁରେ ଗାଁ ନଦୀ କୂଳ

   ଦିଶେ କେଡେ ସୁନ୍ଦର,

ହେ ମାତା ଏ ମର୍ତ୍ତ୍ୟମଣ୍ଡଳକୁ ଆସି

   ପାପର ବିନାଶ କର ।।


 ପାର୍ବଣ ସମୟେ ମଣ୍ଡପେ ମଣ୍ଡପେ

    ମାଆଙ୍କର ହୁଏ ପୂଜା,

ଚାନ୍ଦୀ ମେଢ଼ ସାଙ୍ଗେ ଭଳିକିଭଳି ଲାଇଟ୍

     ହୋଇଥାଏ ସଜା ।।


ସିଂହରେ ବସି ତୁ ମହିଷାସୁର ବଦ୍ଧ କରୁ 

    ତୁହି ପରା ମହିଷାମଦ୍ଦିନୀ,

ଦୁଃଖୀ ମଣିଷର ଦୁଃଖକୁ ବିନାଶ କର

    ତୁହି ମାଆ ସୁଖ ପ୍ରଦାୟିନୀ ।।


Rate this content
Log in