STORYMIRROR

Manaswinee Dash

Others

3  

Manaswinee Dash

Others

ହୁଆ ସଜାଗ, ହୁଅ ସଚେତନ

ହୁଆ ସଜାଗ, ହୁଅ ସଚେତନ

1 min
192


ହେଇଯାଅ ଭାଇ ସଜାଗ  

ହେଇଯାଅ ଭାଇ ସଚେତନ  

କରୋନା ତ ଯିବାର ନାଁ ନଉନି  

ଆଉ କଣ କରିବା କହୁନ। 


ତୃତୀୟ ଲହରର ହେଲାଣି ଆଗମନ  

ହାତରେ ନେଇକି ବଞ୍ଚୁଛୁ ଜୀବନ  

ଏଥର କଲାଣି ବହୁ ହଇରାଣ  

ଚାଲି ଗଲାଣି କେତେ ଯେ ଜୀବନ। 


ନେଇଥିଲେ ବି ପ୍ରତିଶେଧକ  

ସାଜୁଛି ସଭିଙ୍କ ଭକ୍ଷକ  

ରହିବାକୁ ପଡିବ ହୋଇ ସତର୍କ  

ତେବେ କରିବାକୁ ପଡିବନି ଶୋକ। 


ଛୋଟ ପିଲାମାନଙ୍କୁ ଦଉଛି ଏଥର ଅଗ୍ରାଧିକାର  

ଲକ୍ଷଣ ବି ଦେଖଉନାହିଁ ତାହାର  

ନିତି ସେହି କରୋନା ମିଟର  

କରୁଛି ପିଲାଙ୍କ ସଂକ୍ରମଣ ହାର ଶହେ ପାର। 


 ସବୁଦିନ ସଂକ୍ରମିତ ପିଲାଙ୍କ ସଂଖ୍ୟା ଯାଉଛି ବଢି  

ବସି ପାରିବାନି ଆମେ ହାତ ଯୋଡି  

ଭବିଷ୍ୟତ ଚିନ୍ତା ଆସୁଛି ମାଡି  

ଗଲାଣି କେତୋଟି ଯେ ପରିବାର ଉଜୁଡି। 


ସଜାଗ ରହି କର ମାସ୍କ ପରିଧାନ  

ଯଦି କରିବା ବାହାରକୁ ଗମନ  

ଭଲକି କରିବା ହସ୍ତ ପ୍ରକ୍ଷାଳନ  

ତେବେ ସୁଧୁରିବ ଏଇ ଜୀବନ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍