ହେ ସମୟ
ହେ ସମୟ
1 min
229
ହେ ସମୟ.......
କେବେ ହସେଇଛ କେବେ କନ୍ଦେଇଛ,
କେବେ ପୁୁୁଣି ସବୁ ଛଡେଇ ନେଇଛ।
ଆଶା ଠାରୁ ବଳି ଅଧିକା ଦେଇଛ,
ମାଗିନାହିଁ ଯାହା ତାହା ତ ଦେଇଛ।
ହେ ସମୟ.......
ବାଲ୍ୟ କାଳକୁ ଛଡେଇ ନେଇଛ,
ଆକୁୁହା ଯନ୍ତ୍ରଣା ଦେଇଛ।
ଯୌବନେ ମୋତେ ପ୍ରେମ ତ ଦେଇଛ,
ନୂଆ ଆଶା ନୂଆ ଭରସା ଦେଇଛ।
ହେ ସମୟ.......
ଅବୁଝା ମନକୁ ବୁଝେଇ ଦେଇଛ,
ହଜିଲା ଧନକୁ ଫେରେଇ ଦେଇଛ।
ଆଖିକୁ ନୂଆ ସପନ ଦେଇଛ,
ହୃଦୟକୁ ପ୍ରେମରେ ଭରିିିଛ।
ହେ ସମୟ.......
ଅଭିିିମାନ ସବୁ ଦୂରେଇ ଦେଇଛ,
ପ୍ରେମରେ ହୃଦ ବାନ୍ଧି ଦେଇଛ।
ପ୍ରେମର ପ୍ରତୀକ ବିିିଷ୍ଣୁପ୍ରିୟାକୁ ଦେଇଛ,
ପ୍ରେମରେ ଜୀବନ ଜୀଇଁବା ଶିଖାଇ ଦେଇଛ।
ହେ ସମୟ........
ହାତକୁ ହାତର ସାହାରା ଦେଇଛ,
ମନକୁ ମନର ବିିଶ୍ୱସ ଦେଇଛ।
ପ୍ରେମର ଅଙ୍କ ଶିଖାଇ ଦେଇଛ,
ବିଷ୍ଣୁପ୍ରିୟାର ହାତଧରି ଚାଲିବା ଶିଖାଇ ଦେଇଛ।
ହେ ସମୟ.......
