STORYMIRROR

Giridhari Sahu

Others

3  

Giridhari Sahu

Others

ହେ ମା'

ହେ ମା'

1 min
241

ବନ୍ଦାପନା ମାତ କରିବି କେମନ୍ତ

ମୁଁ ଯେ ଅଟେ ମୂଢ ମତି

ଲୁହରେ କେମିତି ଜଳାଇ ରଖିବି

ଆଞ୍ଜୁଳାକୁ କରି ବତୀ ।


ଧୂପ ଦୀପ ଦେଇ ଅର୍ଘ୍ଯଥାଳୀ ନେଇ

ଆସିପାରୁନି ତୋ' ପାଦେ

ଜ୍ଞାନ ହୀନ ମାତ ମନ୍ତ୍ର ବି ଜାଣିନି

କେମିତି ଡାକିବି ପଦେ ।


କାମ କ୍ରୋଧ ଲୋଭ ମୋହର ଅସୁର

ଭିତରେ ମୋ ଯେତେ ଅଛି

ବଦ୍ଧ କରିଦେ ମା' ତ୍ରିଶୂଳ ପ୍ରହାରେ

ପଶୁ ପଣିଆକୁ ବାଛି ।


ତୁହି ମୋ'ର ଏକା ସାହା ଓ ଭରଷା

ତୋ' ପାଦେ ଶରଣ ଗଲି

ତନ ମନ ଧନ ଜୀବନ ଯୌବନ

ସବୁ ସମର୍ପଣ କଲି ।


ഈ കണ്ടെൻറ്റിനെ റേറ്റ് ചെയ്യുക
ലോഗിൻ

More oriya poem from Giridhari Sahu

ହେ ମା'

ହେ ମା'

1 min വായിക്കുക