Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Giridhari Sahu

Others

2  

Giridhari Sahu

Others

ହେ ମା'

ହେ ମା'

1 min
238


ବନ୍ଦାପନା ମାତ କରିବି କେମନ୍ତ

ମୁଁ ଯେ ଅଟେ ମୂଢ ମତି

ଲୁହରେ କେମିତି ଜଳାଇ ରଖିବି

ଆଞ୍ଜୁଳାକୁ କରି ବତୀ ।


ଧୂପ ଦୀପ ଦେଇ ଅର୍ଘ୍ଯଥାଳୀ ନେଇ

ଆସିପାରୁନି ତୋ' ପାଦେ

ଜ୍ଞାନ ହୀନ ମାତ ମନ୍ତ୍ର ବି ଜାଣିନି

କେମିତି ଡାକିବି ପଦେ ।


କାମ କ୍ରୋଧ ଲୋଭ ମୋହର ଅସୁର

ଭିତରେ ମୋ ଯେତେ ଅଛି

ବଦ୍ଧ କରିଦେ ମା' ତ୍ରିଶୂଳ ପ୍ରହାରେ

ପଶୁ ପଣିଆକୁ ବାଛି ।


ତୁହି ମୋ'ର ଏକା ସାହା ଓ ଭରଷା

ତୋ' ପାଦେ ଶରଣ ଗଲି

ତନ ମନ ଧନ ଜୀବନ ଯୌବନ

ସବୁ ସମର୍ପଣ କଲି ।


Rate this content
Log in

More oriya poem from Giridhari Sahu