STORYMIRROR

Subhabrata Mahapatra

Others

3  

Subhabrata Mahapatra

Others

ଗୁରୁଦିବସ

ଗୁରୁଦିବସ

1 min
416

ଆଜିର ଏହି ପବିତ୍ର ଗୁରୁ ଦିବସରେ ସବୁ ପୂଜନୀୟ ଗୁରୁଙ୍କୁ ପ୍ରଣିପାତ,

ବର୍ଷ ବର୍ଷର ତ୍ୟାଗପୂତ ଜୀବନ ଆଗରେ କରୁଅଛି ମୋର ମଥାନତ, 

ଗୁରୁ ଶିଷ୍ୟଙ୍କର ମହାନ୍ ସମ୍ପର୍କ କାହା ସହ ନୁହଁ ତୁଳନୀୟ, 

ଗୁରୁଙ୍କର ପ୍ରତି କଥାକୁ ପାଳିବା ସବୁ ଶିଷ୍ୟଙ୍କର କରଣୀୟ,

ଆମ ଜୀବନର ପ୍ରତି ସମସ୍ୟାର ସମାଧାନ ପାଇଁ ସେ ଦେଖାନ୍ତି ରାହା, 

ଶିଷ୍ୟମାନଙ୍କୁ ସେ ଦୁର୍ଗତିରୁ କାଢି ହୋଇଯାଇଥାନ୍ତି ଜୀବନର ସାହା,

ଗୁରୁ ଗୁରୁଜୀଙ୍କ ଉପଦେଶ ମାନି ଚଲାପଥେ ଯିଏ ବଢ଼ିଥାଏ, 

ସେଇ ବ୍ୟକ୍ତିଟିର ଜୀବନର ପଥ ସଦା କୁସୁମିତ ହୋଇଯାଏ,

ସବୁ ଗୁରୁଙ୍କର ଆସ୍ଥାନ ଭିତରେ ପିତାମାତା ଥାନ୍ତି ସର୍ବୋପରି, 

ସେଇ ଦୁହିଁଙ୍କର ତ୍ୟାଗ ବଳିଦାନ ହୋଇପାରିବନି କାହାପରି, 

ବିଦ୍ୟାରମ୍ଭ ପରେ ଯେତେ ଗୁରୁଙ୍କର ସଂସ୍ପର୍ଶରେ ମୁହିଁ ଆସିଅଛି,

ଶ୍ରୀ ଜଗତବନ୍ଧୁ ଗୁରୁଜୀଙ୍କୁ ମନ ମନ୍ଦିରରେ ନିତିଦିନ ପୂଜି ଆସୁଅଛି,

ତାଙ୍କରି ଜୀବନ ଆଦର୍ଶରେ ମୁହିଁ ହୋଇଆସୁଅଛି ଅନୁପ୍ରାଣିତ,

ତାଙ୍କ ଆଶୀର୍ବାଦ ସଦା ରହିଥାଉ ଏଥିପାଇଁ ମୁହିଁ ଚେଷ୍ଟାରତ,

ଏହି ଜୀବନରେ ଆଜିଯାଏ ମୁହିଁ ଯେତେ ଯାହା ସବୁ ପାଇଅଛି,

ଗୁରୁଜନଙ୍କର ଆଶୀର୍ବାଦ ଯୋଗୁଁ ଏ ସବୁ ସମ୍ଭବ ହୋଇପାରିଛି, 

କବିତା ଶେଷରେ ପ୍ରତି ଗୁରୁପାଦେ ବିନମ୍ର ପ୍ରଣାମ ଜଣାଉଛି,

ଅମ୍ଳାନ ଚେଷ୍ଟାକୁ ସଲାମ୍ ଜଣାଇ ଦୀର୍ଘାୟୁ ଜୀବନ କାମନା କରୁଛି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Subhabrata Mahapatra