ଗୁରୁ
ଗୁରୁ
1 min
190
ଗୁରୁ ଙ୍କୁ ନ ମଣିବ ନର
ସେ ହେଉଛନ୍ତି ସାକ୍ଷାତ୍ ଇଶ୍ଵର
ତାଙ୍କ ବିନା ଏ ଜୀବନ ଅନ୍ଧାର
କରଇ ମୁଁ ତାଙ୍କୁ ସଦା ନମସ୍କାର l
ସମସ୍ତଙ୍କୁ ସମାନ ରେ ଦେଖି
ଜାତି ଭେଦ ଭାବ କୁ ନ ରଖି
ସର୍ବଦା ସେ ପାଠ ପଢ଼ାଇ ଥାଆନ୍ତି
ସଭିଙ୍କ ମନ କୁ ରଖନ୍ତି ଶାନ୍ତି ।
ଆସି ଅଛି ଆଜି ଗୁରୁଦିବସ
ଆଶୀର୍ବାଦ ଦେବ ହୋଇଣ ହରଷ
ଦେଇପରିବିନି ତୁମରି ହିସାବ
ଜ୍ଞାନ ଢାଲୁଅଛ ନ ହୋଇ ନୀରବ ।
ଅବାଟରେ ଗଲେ ବାଟକୁ ଆଣନ୍ତି
ମୁର୍ଖ କୁ ମଣିଷ ରେ ପରିଣତ କରନ୍ତି
ତାଙ୍କ ପରି କେହେବ ଶରି
ଗୁରୁ ଙ୍କ ପାଇଁ ଆମେ ଯିବୁ ତରି ।
ସମାଜେ ଅଛନ୍ତି ଏମିତି ଯେ ଛାତ୍ର
ପ୍ରଶଂସା ବଦଳରେ କରନ୍ତି ନିନ୍ଦା ମାତ୍ର
କିମ୍ପା ଭୁଲୁଅଛ ସିଏ ଗୁରୁ ତୁମ୍ଭାରି
ସଦା ଦିଅ ସମ୍ମାନ ତାଙ୍କୁ ମନେ ବିଚାରୀ ।
ଭବିଷ୍ୟତ ର ଦେଖାଇଥାଆନ୍ତି ମାର୍ଗ
ଛାତ୍ର କୁ ସ୍ନେହ ଦିଅନ୍ତି ନକରି ତର୍କ
ତାଙ୍କ ପାଇଁ ସଦା ଆମ ମଥା ତଳେ
ଏହା କହି ବୃନ୍ଦାବନ ସମାପ୍ତ କଲେ l
