STORYMIRROR

Rajasmita Mohanty

Others

2  

Rajasmita Mohanty

Others

ଗ୍ରୀଷ୍ମ

ଗ୍ରୀଷ୍ମ

1 min
12.9K


ଚୈତ୍ର ଯାଇଛି ଗ୍ରୀଷ୍ମ ଫେରିଛି

ମୁଁ ଫେରିଛି ମୋ ଗାଁ

କୃଷ୍ଣଚୂଡା ଫୁଲେ ଦୋଳାୟିତ ଡାଳେ

ଲେଖିଛି ମୁଁ ତାର ନାଁ

ନାଲି କଇଁ ସବୁ ଫୁଟି ଖେଳୁଅଛି

ବାଲିଆ ପୋଖରୀ ତୁଠେ

ସୁନ୍ଦରୀ ଆମ୍ବ ତା ସୁନ୍ଦରୀ ମୁଖକୁ ସଭିଏଁ ଚୁମନ୍ତି ଓଠେ

ବାଉଁଶ ବଣରେ କୋଇଲିର ସ୍ବର

ମିଠା ଭରି ଦିଏ କାନେ

ମୋ ଗାଁ ପ୍ରାନ୍ତର ସୁନ୍ଦର ଲାଗୁଛି

ଆହୁରି ହସୁଛି ଯେହ୍ନେ

ପୁଣି....

କୁଆଁରୀ ଖୋସାରେ ମଲ୍ଲି ମାଳ ଝୁଲେ

ମାଳତୀ ଫୁଟେ ତା ଅଙ୍ଗେ

ମହମହ ତାର ବାସନା ଯେପରି

ନିଦୁଆ ଆଖି ମୋ ଭାଙ୍ଗେ

ଗାଁ ବାସୁ ମୋର ଗ୍ରୀଷ୍ମ ସଂଧ୍ୟାରେ

ନଈ କୂଳ ପବନରେ

ମୁଁ ଝୁଲୁଥାଏ ମୋ ମା କୋଳରେ

ନଈ କୂଳ ପବନରେ....


Rate this content
Log in

More oriya poem from Rajasmita Mohanty