STORYMIRROR

Rajasmita Mohanty

Others

2  

Rajasmita Mohanty

Others

ଗ୍ରୀଷ୍ମ ଫେରିଛି

ଗ୍ରୀଷ୍ମ ଫେରିଛି

1 min
14.2K


ଚୈତ୍ର ଯାଇଛି ଗୀରିଷ୍ମ ଫେରିଛି

ମୁଁ ଫେରିଛି ମୋ ଗାଁ,

କୃଷ୍ନଚୂଡା ଫୁଲେ ଦୋଳାଇତ ଡାଳେ

ଆଙ୍କିଛି ମୁଁ ତାର ନାଁ,

ନାଲି କଇଁ ସବୁ ଫୁଟି ଖେଳୁଅଛି

ବାଲିଆ ପୋଖରି ତୁଠେ,

ସୁନ୍ଦରୀ ଆମ୍ବ ତା ସୁନ୍ଦର ମୁଖକୁ

ସମସ୍ତେ ଚୁମନ୍ତି ଓଠେ,

ବାଉଁସ ଡାଳରେ କୋଇଲିର ସ୍ବର

ମିଠା ଭରିଦିଏ ମନେ,

ମୋ ଗାଁ ପ୍ରାନ୍ତର ସୁନ୍ଦର ଲାଗୁଛି

ଆହୁରି ହସୁଛି ଯେହ୍ନେ,

ପୁଣି.....

କୁଆଁରୀ ଖୋସାରେ ମଲ୍ଲୀ ମାଳ ଝୁଲେ

ମାଳତୀ ଫୁଟେ ତା ଅଙ୍ଗେ,

ମହମହ ତାର ବାସନା ଯେପରି

ନିଦୁଆ ଆଖି ମୋ ଭାଙ୍ଗେ,

ଗାଁ ବାସୁ ମୋର ଗୀରିଷ୍ମ ସଂନ୍ଧ୍ୟାରେ

ନଈକୂଳ ପବନରେ,

ମୁଁ ଝୁଲୁଥାଏ ମୋ ମା କୋଳରେ ଚିରାକାନି ପଣତରେ.......।


Rate this content
Log in