ଘର ହୁଏତ ଝାଟିମାଟି
ଘର ହୁଏତ ଝାଟିମାଟି
1 min
527
ଗୋଟିଏ କଂସା କୁ
ଚାହିଁ ରହୁଥିଲେ
ପାଞ୍ଚ ଟା ପାଟି...,
ବାଆ ବତାସ କୁ
ଜଗି ରହୁଥିଲା
ବାଉଁଶ ତାଟି...,,
ଘର ହୁଏତ ଝାଟିମାଟି.....,,
କାଳୀ ଅନ୍ଧାର ରୁ
ସରି ଯାଉଥିଲା
ଘର ପାଇଟି...,
କେଁଏ କଟର ରେ
ଦାଣ୍ଡେ ଗଡୁଥିଲା
ଶଗଡ଼ ବାଟି...,,
ଘର ହୁଏତ ଝାଟିମାଟି.....,,
ଗୋବର ପିଢ଼ି ରେ
ଗପ ହେଉଥିଲେ
ପକେଇ ଚଟି...,
ପାଠ ପଢା ପଢି
ଡେରି ହୋଇଗଲେ
ଜେଜଙ୍କ ପାଟି...,,
ଘର ହୁଏତ ଝାଟିମାଟି.....,,
ନାହି ନାଡ଼ ଲମ୍ବି
ଛନ୍ଦି ହୋଇଥିଲା
କଖାରୁ ଗୋଟି...,
ଦିନକୁ ଦିନ ସେ
ମଞ୍ଜେ ବଢ଼ୁଥିଲା
ହୁଅଇ ମୋଟୀ...,,
ଘର ହୁଏତ ଝାଟିମାଟି.....,,
ହସ ହସ ମୁହଁ
ଗାଁଆ ଗଣ୍ଡା ନଇ
ଧାନ ଖଳାଟି...,
ନାଲି ଚାଉଳ ରେ
ଭାତ ଖାଉଥିଲେ
ଢ଼ିଙ୍କି ରେ କୁଟି...,,
ଘର ହୁଏତ ଝାଟିମାଟି....,,
