STORYMIRROR

Basanta Sahoo

Others

3  

Basanta Sahoo

Others

ଗାଁ

ଗାଁ

1 min
27.5K


                   ଗାଁ

                ****


ଗାଁର ବୋହୂ ଗାଁରେ ରହୁ ଗାଁରେ ଆମ ଘର
ସଭିଏଁ ଆମ ଅତି ନିଜର ଭାବୁନା କାହାକୁ ପର।ା

ଖୁଡ଼ୀ, ପିଉସୀ, ଯାଆ, ମାଉସୀ ସଭିଏଁ ହୋଇ ଏକ
ପରିବାର ଓ ଗାଁ ଲୋକଙ୍କୁ ବାଣ୍ଟୁଥାଉ ସୁଖଦୁଃଖ।ା

କେଉଁ ଗାଁରୁ ଆସିଛୁ ଆମେ ହିସାବ ତାହାର ନାହିଁ
ଶାଶୁ ଘର ଆଉ ଆମରି ଗାଁ ସରାଗ ଆମ ପାଇଁ।ା

ବାପ ଘରକୁ କଦପା କେବେ ବୁଲିବାକୁ ତ ଯାଉ
କାମ ସରିଲେ ଆସୁ ଫେରି ଏଇଠି ସୁଖ ପାଉ।ା

ସବାରି ଆମ ଆସିଛି ଏଠି ଏଇଠୁ ଯିବ ଶବ
ଏଇ କଥାଟି ମନରେ ରଖି ଲଗାଇ ଅଛୁ ଭାବ।ା

ମନ ଖୋଲିକି ଶିଖିଛୁ ହସି ସବୁ କାମରେ ଆମେ
ସେଇଥିପାଇଁ ସୁଖ ଓ ଶାନ୍ତି ଲାଗିଥାଏ ଆମ କର୍ମେ।ା

 

ଡ଼. ବସନ୍ତ କିଶୋର ସାହୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Basanta Sahoo

ଗାଁ

ଗାଁ

1 min ପଢ଼ନ୍ତୁ