STORYMIRROR

Jagadish sahu

Others

4  

Jagadish sahu

Others

ଗାଁ କଥା ମନେପଢେ

ଗାଁ କଥା ମନେପଢେ

1 min
289


ଆଲମିରା ଭିତରୁ

ଆଲବମ୍ କାଢି ସାରିଲା ପରେ

ଏଠି ମତେ‌ ଖାଁ ଖାଁ ଲାଗୁଛି ନୀରୂପମା

ଭାରି ମନେ ପଢୁଛି ଆମ ଗାଁ କଥା ll

ସେ ଉତେଇ ନଦୀର୍ ନିତିଦିନିଆ ପ୍ରେମ

ସକାଳ ଠୁ ସଞ୍ଜ ଯାଏଁ ବାଣ୍ଟିବାର୍ କଥା

ଆମ ଗାଁର ପାଣି, ପବନରେ

ହଜି ଯାଇଥିବାର୍ କଥା

ଆଜି ମତେ ଠିକ୍ ଲାଗୁନି ପଲ୍ଲବୀ ll

ଦେଖିବାକୁ ଇଚ୍ଛା ହୁଏ ପର୍ବ ଓ ପର୍ବାଣୀ

ଆଦର ରେ ଭାସୁଥିବା ସେ ଜୀବନ୍ କାହାଣୀ

ପ୍ରେମଭରା ଗାଁରେ ମୁଁ ଜନ୍ମ ‌ହୋଇଥିଲି

ପ୍ରେମଖାଏ, ପ୍ରେମପିଏ, ପ୍ରେମେ ବଞ୍ଚୁଥିଲି ll

ପରିଚୟ ହୋଇଥିଲା ବାଟ ସାଙ୍ଗେ ମୋର

ଆଶୀର୍ବାଦ ରହିଥିଲା ଦେବା, ଦେବୀଙ୍କର

ମତେ ଦେଖି ହସିଦିଏ ସେ ଗୋଲାପ ଗଛ

ତା ପ୍ରେମରେ ପଡି ମୁହିଁ ଥିଳି ଯେ ପାଗଳ ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍