STORYMIRROR

Mamata Dash

Others

2  

Mamata Dash

Others

ଏଇ ପାଦ

ଏଇ ପାଦ

1 min
13.4K


ମୁଁ ଅନେକ ଯୁଦ୍ଧ ଯୁଝିଛି।

ଅନେକ ଯୁଦ୍ଧର ଜୟ ପରାଜୟ ପରେ

ମୁଁ ନିଶ୍ଚୟ କ୍ଲାନ୍ତ ହୋଇ ପଡ଼ିଥାନ୍ତି,

ଯଦି ମୁଁ ଦେଖିନଥାନ୍ତି ଏ ଆକାର..

ଏ ଆକାର ମୋ ଧୂସର ଅନୁଭବର 

ପଛ ଆଡୁ ଉଇଁ ଆସେ,

ମୋ କଳ୍ପିତ ଅର୍ଥର ଏ ନିଜ ରୂପ,

ମୋ କଳ୍ପିତ ଉଦ୍ଦେଶ୍ୟର ନବକଳେବର।

ଏ ସୃଷ୍ଟିର ସବୁଯାକ ବୈରାଗ୍ୟ 

ଗଢ଼ିଦେଲା କିଏ ଶରୀର?

ଏହାତ କାମନା ମୋର

କେବଳ କାମନା ମୋର

ଏ କାମନା କେବେହେଲେ ଦୁଃଖର କାରଣ ନୁହେଁ,

କାହିଁକି ନା ମୋ ନିର୍ବାଣ କରଚି

ଏହି ଆକାରରେ ଜୀବନ ସଞ୍ଚାର।

ସବୁ କିଛି ଘୁଞ୍ଚିଯାଏ ଦୂରକୁ ଦୂରକୁ ଏବେ,

ଧୀରେ ଧୀରେ ଲିଭିଯାଏ ମୋର ଯେତେ ପୁଣ୍ୟଫଳ,

ଦୁଃଖ ସୁଖ ଆଶା ନିରାଶାର ।

ଲିଭିଯାଉ ସବୁକିଛି ,

ମୋ ହାଡ ବି ନରହୁ ଆଉ ମଣିଷର 

ପରମ୍ପରା, ଆଦର୍ଶ ଓ ସଂସ୍କାର ଭିତରେ।

ମୁଁ ଆଜି ଆକ୍ରାନ୍ତ ନୁହେଁ

ଅନ୍ୟ କିଛି ସାମାନ୍ୟ ବା

ଅସାମାନ୍ୟ ଆବଶ୍ୟକତାରେ।

୨)

ଏହି ତାର ବାଳ ,କପାଳ ଓ ଆଖି,

ନାକ, ପାଟି ,ଓଠ,

ଏହି ତାର ଛାତି,ହାତ ,ଏ ଆଙ୍ଗୁଠି,ସ୍ପର୍ଶ।

ତା ଦେହର ନିବିଡ଼ତା, 

ଏହି ଗୋଡ ପାଦ ।

ଏ ଦେହ ଆଶ୍ରୟ ମୋର

ଏଠାରେ ସରିଛି ମୋର ଜନ୍ମ ଜନ୍ମାନ୍ତର

ଶୈଶବ, ଯୌବନ ଓ ବାର୍ଦ୍ଧକ୍ୟର କାଳ କାଳ।

ଏ ପାଦ ସ୍ୱୀକୃତି ମୋର,

ଭୁବନ ଭୁବନ ବୁଲି ସବୁ ନଦୀ ସମୁଦ୍ରଠୁ

ମୁଁ କରିବି ଜଳ ଭିକ୍ଷା,

ଚମ୍ପା ଚନ୍ଦନ କେତକୀ ବନ ଠାରୁ ମୁଁ ଆଣିବି

ସବୁ ବାସ୍ନା ପଵିତ୍ରତା,

ଧୋଇ ଦେବି ଏହି ପାଦ,

ଏ ପାଦ ତୀର୍ଥ ସକଳ,

ଏ ପାଦ ତଳର ମାଟି ପ୍ରଥମ ମାଟି ନିଶ୍ଚୟ

ମୂଳଦୁଆ ତିଆରିଛି ଅଚିହ୍ନା ଗ୍ରହର।

ତାର ସମ୍ମତିର ଭାଷା 

ସେ ଗ୍ରହର ପ୍ରଥମ କାବ୍ୟ ସମ୍ଭାର

ପ୍ରଥମ ଆଲୁଅ ଏଇ,

ଝଲକରେ ହସି କହେ

'ମାଙ୍ଗଳିକ ବାଜୁ ଏବେ 

ବଂଚିବା ସଫଳ।'


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Mamata Dash

ଏଇ ପାଦ

ଏଇ ପାଦ

1 min ପଢ଼ନ୍ତୁ