ଦୋଷ ଟି କାହାର
ଦୋଷ ଟି କାହାର
1 min
181
ଅତି ନିବିଡ଼ ଯେ ବନ୍ଧୁତା ଆମର,
ତଥାପି ପ୍ରଭେଦ ଅନେକ ପ୍ରକାର l
ରୁଚି ଆମ ଦୁହିଁଙ୍କ ଏକାଭଳି ସିନା,
ବ୍ୟକ୍ତିତ୍ଵରେ ରହି ଆସିଛି ବିଭେଦ ।
ଅଲଗା ପରିଧିକୁ ଯାଏ ସିଏ ଚାଲି,
ଅପହଞ୍ଚ ତାହା ମୋ ପାଇଁ ବୋଲି ।
ଘଟଣା ବହୁଳ ଜୀବନଟି ତା'ର,
ଯେଉଁଠି ରହିଛି ସମସ୍ୟା ବିବିଧ ।
ହୁଏତ ସେ କିଛିଟା ଗର୍ବୀ ଅଭିମାନୀ,
ତୁଚ୍ଛା ରେ ବୋଲାଏ ନିଜକୁ ଯେ ଜ୍ଞାନୀ l
ଭାବିନିଏ ସେ ତ ଦୁନିଆ ଦେଖିଛି,
ବହୁ ଅଭିଜ୍ଞତା ହାସଲ କରିଛି l
ହେଲେ ପାରେ ନାହିଁ ପଢି ମନକୁ ମୋର,
କୁହ ତାହା ହେଲେ ଦୋଷ ଟି କାହାର?
(ପ୍ରଜ୍ଞାସୁ ମହାନ୍ତି)
