STORYMIRROR

Binodini Nag

Children Stories Horror Romance

4  

Binodini Nag

Children Stories Horror Romance

ଦୀପାବଳି

ଦୀପାବଳି

1 min
376


ଆଲୋକ ର ପର୍ବ ଦୀପାବଳି ଅଟେ

ପାଳିତ କାର୍ତ୍ତିକ ମାସେ

ବାଣ ଫୁଟାଇବେ ଦୀପ ଜଳାଇବେ

ସଭିଏଁ ପାଳନ୍ତି ହରଷେ ।।


ପ୍ରଭୁ ରାମଚନ୍ଦ୍ର ରାବଣ ବିନାଶି

ସୀତା ଙ୍କୁ ଉଦ୍ଧାର କଲେ

ଲକ୍ଷ୍ମଣ ଙ୍କ ସାଥେ ସଭିଏଁ ଏକାଠି

ଅଯୋଧ୍ୟା ଗମନ କଲେ ।।


ଅଯୋଧ୍ୟା ର ପ୍ରଜା ଆନନ୍ଦ ହୋଇଣ

ଲକ୍ଷେ ଦୀପାଳି ଜାଳିଲେ

ସେହିଦିନ ଠାରୁ କାର୍ତ୍ତିକ ର ଏହି ତିଥି କୁ

ଦିପାବଳୀ ନାମ ଦେଲେ ।।


ଏହି ଦିନ ମଧ୍ୟ ବଡ ବଡୁଆ ଙ୍କୁ 

ପିଣ୍ଡ ଦାନ କରି ଥାଆନ୍ତି ।

କାଉଁରିଆ ଜାଳି ପିତୃ ପୁରୁଷ ଙ୍କ 

ଆଶିଷ କାମନା କରନ୍ତି ।।


ଆଲୋକ ର ପର୍ବ ଅନ୍ଧାର ନାଶିବ

ସଭିଙ୍କୁ ଜଣାଏ ଅଭିନନ୍ଦନ 

ମା ଶ୍ୟାମା କାଳୀ ସନ୍ତୋଷ ହୋଇବେ

ସବୁ ଦୁର୍ଗତି ର ହେବ ନାଶନ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Binodini Nag