Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pruthwi Pattanayak

Others

2  

Pruthwi Pattanayak

Others

ଧର୍ଷିତା ଧରଣୀ

ଧର୍ଷିତା ଧରଣୀ

1 min
271



ପୃଥ୍ଵୀ ପଟ୍ଟନାୟକ


କେନ୍ଦୁଝରୀ ମାଆର ପ୍ରାଣକେନ୍ଦ୍ର ଯୋଡ଼ା

ସେ ମାଟିର ଅମୃତ ସନ୍ତାନ ଆଜି

ବାଇଶି ବର୍ଷୀୟା ବୁଢା l

ଚିରସବୁଜ ଅନୂଢ଼ା ତରୁଣୀ ଯୋଡ଼ା

ଲହୁଲୁହାଣ କରୁଛି ଯା'ର ଉତ୍ତୀର୍ଣ୍ଣ ଯୌବନ

ପୁଞ୍ଜିପତ୍ତିର ସ୍ୱାର୍ଥର କୋରଡ଼ା l

ସରକାର କହୁଛନ୍ତି ଶିଳ୍ପର ବିକାଶ ହେବ

ସେଥିଲାଗି ଲୋଡ଼ା ଲୁହାପଥର

କେଇଟା ଟଙ୍କା ବଦଳରେ

ରେ ମାଟିର ହତଭାଗା ପୁଅ

ଯେତେ ପାର ମା ମାଟିର ବକ୍ଷ କୁ ବିଦାର l

କାହାର ବି ଲୋଡ଼ା ନାହିଁ ଝାଟିମାଟି ଘର

ସବୁ ଖୋଜିଲେଣି କୋଠି ମାର୍ବଲ ର

ମାଟି ବିକି କେହି କେବେ ପାଇଛି କି ଭାତ

ସାର ସିନା ଭିତ୍ତିଭୂମି ହୋଇଯିବ ଗାତ l

ପୁଞ୍ଜିପତ୍ତି ପ୍ରହାରରେ

ପ୍ରତିଦିନ-ପ୍ରତିରାତି-ପ୍ରତି ମୁହୁର୍ତରେ

ଧର୍ଷିତା ଧରଣୀ

ଆପଣ ସୁନା ଭେଣ୍ଡି ହେଲେ

କାହାକୁ କହିବା ଆଉ

ଏ ମାଟିର କରୁଣ କାହାଣୀ l

===000===


Rate this content
Log in

More oriya poem from Pruthwi Pattanayak