STORYMIRROR

Sibani Parida

Others

3  

Sibani Parida

Others

ଦେବଦର୍ଶନ

ଦେବଦର୍ଶନ

1 min
268


କଳା ମେଘ ଯେବେ ଆସେ ଆକାଶେ,

ମୋ କୃଷ୍ଣଙ୍କୁ ସେ ସାଥେ ଘେନି ଆସେ....


ଶୀତଳ ପବନର ଏଡ଼େ ଆକର୍ଷ,

ସତେ ଯେମିତି ମୋ କୃଷ୍ଣଙ୍କ ହସ୍ତ ସ୍ପର୍ଶ......


ବିଜୁଳିର ଚମକ ଯେମିତି ମାନହାରି,

ତୋ ମୁଖର ତେଜ ସେମିତି, ଜାଣ ଶ୍ରୀ ହରି......


ମାଟିର ବାସନା ଯେମିତି ମଧୁର,

ତୋ ଦେହେ ଯୌବନ ସେମିତି ଭରପୁର......


ପ୍ରକୃତିରେ ରହିଛୁ ତୁ ସର୍ବେ ହରି,

ତୋ ବାଙ୍କ ଚାହାଣୀ ମୁଁ ପାରୁନି ପାସୋରି......


ମୋ ମନ ଭୁବନେ ତୁ ଅଂଶ ପ୍ରକୃତିର,

ଶେଷ ଇଚ୍ଛା ମୋର,

କରିବାକୁ ଚାହେଁ ପ୍ରତ୍ୟକ୍ଷ ଦର୍ଶନ ତୋହର.......



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sibani Parida