ଚାଲ ଆମେ ଭୋଟ୍ ଦେମା
ଚାଲ ଆମେ ଭୋଟ୍ ଦେମା
ପାଁଚ୍ ବଛରେ ଆଏସି ଥରେ
ନେତା ମନ୍ତ୍ରୀକର୍ ଭୋଟ୍,
ଗାଦିଟେ ପାଏମୁଁ ବଲି
ଉଡେଇ ଦେସନ୍ ନୋଟ୍ ॥
ମଦ୍ କୁକୁରା ଚିଂଗରା ଖୁଏଇ
ଦେସନ୍ ଲୁକ୍'କୁ ଚହରେଇ,
ପଏସାଖିଆ, ଉଦୁର୍' ଛିଆ ପଏସାର୍ ଲୁଭେ
ନାଇଁ ପାରେ ନିଜକେ ଠହରେଇ ॥
ଆମର୍ ଟଁକା ଆମର୍ ନୁଁ ନେଇ
ଦେସନ୍ ଆମକୁ ଭୁରତେଇ,
ଭୋଟ୍ ସର୍ଲେ ଇନୁଁ କିଏ କାହାକେ ପଚରେ
ଦେସନ୍ ପଛକେ ଥୁର୍ଲେଇ ॥
ପଚରେଇ ଦେଖ ଟିକେ ନିଜର୍ ମନ୍ କେ
କେଭେ ଦେସି କାଏଁ ନେତା ଦେଖା,
ଭୋଟ୍ ଗୁଟକର୍ ଲାଗି ଘର୍ ଦୁଆର୍ ବୁଲି
ଭୋଟ୍ ମାଗୁଥିସନ୍ ହେଇ ଜଖା ॥
ନାଇଁ ଜାନି ତୁମେ ନେତାକଁର୍ ଫାନ୍
ଥିସନ୍ ଦଲ୍ ବାନିକେ ବାନି,
ଭୁଜି ଖାଏସନ୍ ଗୁଟେ ଥାଲି ନେଁ
ସମିଆଁ କାଲ୍ ଜାଗା ଜାନି ॥
ହାତୀ ଦେମି ଘୁଡା ଦେମି ବଲି
ବନେଇ ଦେବେ ଥେତା,
ଭୋଟ୍ ଆଘୁଁ ବିକାଶ୍ ନାଁ ଥି
କହେବେ କେଡ଼େ କେଡ଼େ କଥା ॥
ନେତା କେନ୍ ଜାନସି ଚାଷୀର୍ ଦୁଖ୍
ବୁଢା,ବୁଢିକର୍ କାର୍ ମନ୍,
ପରଜା ମାଗସି ଭଲ୍ ଶାସନ୍ ଟିକେ
ନାଇଁ ମାଗେ କେଭେଁ ଧନ୍ ॥
ନାଇଁ ଖାଉଁ ଆମେ କାହାର୍ ଟଁକା
ନାଇଁ ବିକୁ ଆମର୍ ଭୋଟ୍,
ଏନ୍ତା ନେତା ଟେ ବାଛମୁ ଆମେ
ନାଇଁ ଥିବା ଯେନ୍ତା ଖୋଟ୍ ॥
ଯେନ୍ ନେତା ପରଜାର୍ ଠାନେଁ
ଦୁଃଖେ ସୁଖେ ହେବା ଠିଆ,
ସେନ୍ତା ନେତାକୁଁ ଭୋଟ୍ ଦେମା
ଆଜିର୍ ଦିନେଁ କରୁଁ କିରିଆ ॥
ଚେତ ଦଦା ଭାଏ ମୋର୍ ଲେଖା ପଢି
ଭୋଟ୍ ଆମର୍ ଅଧିକାର୍,
ଆମର୍ ହାତେ ପରେ ଆମର୍ ଶାସନ୍
ଆମର୍ ହାତେ ସର୍କାର୍ ॥
ଲେଖା ଟିକେ ଥି ସମକୁ ମୋର୍
ଏତକି ବିନତୀ ଥାଉ,
ଆମର୍ ଭୋଟ୍ ଟା ବିକ୍ରି ନାଇଁ ହଇ
ଅସଲ୍ ଲୋଗ୍ ଟା ପାଉ ॥
ଗଣତନ୍ତ୍ରର୍ ଜଏ ହେଉ
ଗଣତନ୍ତ୍ରର୍ ଜଏ ହେଉ ॥
