STORYMIRROR

Biswajit Pani

Others

3  

Biswajit Pani

Others

ବରଷା ରାଣୀ

ବରଷା ରାଣୀ

1 min
24.8K


ଯା' ପାଇଁ ବିକଳ ହୁଏ
ସପନେ ଯେ ମୋତେ ଛୁଏଁ,
    ଚମକି ଉଠି ମୁଁ ଦେଖେ
    କେହି ନୁହେଁ କେହି ନୁହେଁ....
 
ରିମ୍ ଝିମ୍ ତା' ପାଉଁଜି
ଶବଦ ଶୁଭୁଛି ଆଜି,
    କାହିଁ ଗୋ ବରଷା ରାଣୀ
    କୋଉଠି ଗଲ କି ହଜି....
 
ସଦର ଦରଜା ଡେଇଁ
ଭିଜିବାକୁ ଆସେ ଧାଇଁ,
    ଏ କେମିତି ଆକର୍ଷଣ 
    ଜାଣେନି, କେଜାଣି କାଇଁ....
 
ବରଷାର ବାରିଧାରା
ପରଶେ ପୂରଇ ଧରା,
    ସେ ଅମୃତ ପାନ ପାଇଁ
    ସାଜେ ମୁଁ ଚାତକ ପରା....
 
ଭିତରେ ବିରହୀ ପ୍ରିୟା
ବାହାରେ ବରଷା ଛୁଆଁ
    ଶିହରଣ ଯାଏ ଖେଳି
    ଜାଳେ ମୋତେ ମିଠା ନିଆଁ....
 
ପ୍ରିୟା ଯେବେ ଝର୍କା ଖୋଲେ
ଅଧା ଫର୍ଚ୍ଚା ଆଲୁଅରେ,
    ଦେଖେ ମୁଁ ଭିଜୁଛି ବୋଲି
    ବର୍ଷାକୁ ସେ ଈର୍ଷା କରେ....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Biswajit Pani