STORYMIRROR

Sisir InfoTech

Others

3  

Sisir InfoTech

Others

ବର୍ଷା ଗୋ ତୁମେ ଫେରିଲ...

ବର୍ଷା ଗୋ ତୁମେ ଫେରିଲ...

1 min
13.7K



ବର୍ଷା ଗୋ ତୁମେ ଫେରିଲ

ସବୁରି ମନରେ ହସକୁ ଫୁଟାଇ

ଝରଝର ହୋଇ ଝରିଲ ।।


ତୁମ ଆଗମନେ ଏ ମର୍ତ୍ତ୍ୟ ଭୁବନେ

ଖୁସିର ଲହରୀ ଖେଳଇ,

ଚିର ସବୁଜିମା ଜଗତକୁ ଦେଖ

ମୁରୁକି ମୁରୁକି ହସଇ ।।


ଆକାଶଟା ସାରା ବରଷାରେ ଭରା

ଝରଝର ହୋଇ ଝରେ

ଉତ୍ତପ୍ତ ପୃଥିବୀ ଶୀତଳ ପଡଇ

ଶାନ୍ତିରେ ନିଶ୍ଵାସ ମାରେ ।।


ସାରୁ ବୁଦା ମୂଳେ ବେଙ୍ଗୁଲୀ ରାବଇ

ଝଡିପୋକ କୁହେ ଝର

ପବନର ତାଳେ ବାୟା ବସା ଖେଳେ

ବାୟାର ମନରେ ଡର ।।


ପ୍ରକୃତି ହସିବ ମାନବ କାନ୍ଦିବ

ଅଧିକ କୋପେ ତୁମର

ହେ ପ୍ରକୃତି ରାଣୀ ଶୁଣ ମୋର ବାଣୀ

ବେଳ ଥାଉଥାଉ ଫେର ।।


ଶିଶିର କୁମାର ସାମଲ,

କଣ୍ଟିପୁର,ଯାଜପୁର

ମୋ - 7894060666


Rate this content
Log in