ବଞ୍ଚିରହୁ ଆମ ଜାତୀୟ ଭାବନା
ବଞ୍ଚିରହୁ ଆମ ଜାତୀୟ ଭାବନା
ବଞ୍ଚିରହୁ ଆମ ଜାତୀୟ ଭାବନା
ପର୍ଶୁରାମ ବିଶ୍ୱାଳ
କୋଟିକୋଟି ହାତ ଉଠେ ଉପରକୁ, ଅବଦୁଲ କାଲାମ ପାଇଁ
କାନ୍ଦଇ ଭାରତ ଜନନୀରେ ଜଗା ତା ଯୋଗ୍ୟ ପୁଅ ହରେଇ
ୟାକୁବର ଫାଶୀ କଥାଟି ପଡ଼ିଲେ
ଆହା କହୁନାହିଁ କେହି ।
କ୍ଷେପଣାସ୍ତ୍ର କଥା ପଡ଼ିଲେ ଉଠଇ ଅବଦୁଲ କାଲାମ ନାଆଁ
ମୁମ୍ବାଇ ଆତଙ୍କବାଦୀ ଘଟଣାଟି ୟାକୁବ ଯୋଜନା ଯାହା
ଇଏ ମୁସଲମାନ, ସିଏ ବି ସେଇଆ
ଜଣେ ପୂଜ୍ୟ, ଜଣେ ନାହିଁ ।
ଭୁଲିପାରିବନି କେବେ ବି ଭାରତ ସେ ମହାତମାର ବାଣୀ
ଦିନରେ ସପନ ଦେଖିଚାଲ ତମେ ହେ ମୋର କୁନାକୁନି
ସିଏ ବି ଅଭୁଲା, ମୁମ୍ବାଇରେ ଯାହା
ରଚିଲା ୟାକୁବ ଯାଇ ।
କହିଦେ କାଳିଆ ପାକିସ୍ତାନକୁ ତୁ ବୁଝେଇ ଭାରତ ପ୍ରାଣ
ଉଦାରତା ଏଠି କରିଚିରେ ବସା, ନାହିଁ ହିନ୍ଦୁ-ମୁସଲମାନ
ଧର୍ମନିରପେକ୍ଷ ମନ୍ତ୍ରଟି ଘୋଷୁଚୁ
ଭେଦଭାବ ନାହିଁ କାହିଁ ।
ଦେଶ ପାଇଁ କାନ୍ଦେ ଜଣକ ପରାଣ, ଦେଶଦ୍ରୋହୀ ଆଉଜଣେ
ବିଚାର ନିକିତି ଆମ ହାତେ ଦେଲୁ, ଭୁଲ୍ ହବନି ଦିନେ
ବଞ୍ଚିରହୁ ଆମ ଜାତୀୟ ଭାବନା
ହେ ପ୍ରଭୁ ଭାବଗ୍ରାହୀ !
ଗ୍ରା.-ମିତ୍ରସେନପୁର, ପୋ.ଅ.-ଗମୁଁ
ଭା.-ଇନ୍ଦୁପୁର, ଜି.-ଯାଜପୁର, ପିନ୍-୭୫୪୨୧୪
ଫୋନ୍-୯୮୫୩୭୫୯୭୦୦
*****