STORYMIRROR

Shubham Naik

Others

3  

Shubham Naik

Others

ବଞ୍ଚିବାକୁ ଦିଅ

ବଞ୍ଚିବାକୁ ଦିଅ

1 min
13.8K


ଏତେ ଅଲୋଡା କି କନ୍ୟାଟିଏ ହେଲେ
ପୁଅର ମା କିଏ ହେବ ?
ସତେ ଅଲୋଡା କି କନ୍ୟାଟିଏ ହେଲେ
କୁଳ ବଧୂ କିଏ ହେବ ? (୧)

 

ଏତେ ହୀନ କି ସତେ ମୁଁ ତୁମ ପାଇଁ
ମା ପେଟୁ ଯେ ତଡି ଦିଅ
ପରେ ଥରଟେ ଯେ ଚିନ୍ତା କରିଅଛ
ଭାଇର ଭଉଣୀ କିଏ ହେବ ? (୨)

 

ମାତୃ ଗର୍ଭେ ତୁମେ କର ହତ୍ୟା
ଭୃଣ ହତ୍ୟା ଦିଅ ଆକ୍ଷା
ମୋ ପାଇଁ କି ତୁମ ହୃଦୟ ନିଷ୍ଠୁର
ମତେ କର ସାତ ପର (୩)

 

ସମାଜରେ ତୁମେ ଭଦ୍ର ହୁଅ
ଉଦାର ପଣ ଦେଖାଅ
ଗଙ୍ଗା ଗୋଦାବରୀ ତୀର୍ଥ ଯାଅ
ଶରୀରକୁ ଧୋଇ ନିଅ (୪)

 

ଭାବ ଯଦି ଗଙ୍ଗା ଗୋଦାବରୀ
ତୁମ ଗ୍ରାମ ଶାଖା ନଦୀ
ଭୃଣ ହତ୍ୟା ପାପ ଧୋଇ ଆସ
ଗଙ୍ଗା ରେ କାହିଁକି ଭାସ (୫) 


ସଂସାର ଯେ ଦେଖିବାକୁ ଦିଅ
ଶୁଣ ଅନୁରୋଧ ମୋର
ବଞ୍ଚିବାକୁ ଦିଅ ବଞ୍ଚିବାକୁ ଦିଅ
ମୋତେ ଆପଣାଇ ନିଅ (୬) 

 

                                ଶୁଭମ ନାଏକ

                               ସୁନ୍ଦରଗଡ,ଓଡିଶା

 


Rate this content
Log in