STORYMIRROR

Dillip Kumar Mohanty

Others Tragedy

3  

Dillip Kumar Mohanty

Others Tragedy

ବଁଚିଛେଁ ବଏଲେ ମୁଇଁ

ବଁଚିଛେଁ ବଏଲେ ମୁଇଁ

1 min
508


ଇଟା ସେ ଠାନ୍

ତନ୍ତ୍ର‐ମନ୍ତ୍ରର୍ ପିଠ ରାମେଶ୍ୱର

ମହାନଦୀ‐ତେଲ୍ ନଦୀର୍ ମିଲନଠାନ୍

ଇ ମାଟିଥି କେନ୍ ରାଜକୁମାର୍

ଦିନ୍ ବେଲା ମେଣ୍ଢା ଆରୁ ରାତିଥି ଭେଣ୍ତା

ହେଉଥିଲା ରଜାଝି ର୍ କୁଆରିଁ ମନ୍ତର୍ ଥି ।

ମୁଇଁଭିଲ୍ ଗୁନିଆଁର୍ ସାଙ୍ଗେ

ସାତ୍ ‐ଦିନ୍ ସାତ୍ ‐ରାତି ସାଧନା କଲିଁ

ଖାସ୍ ତତେ ପାଏମି ବଲି

ନିଠୁର୍ ବି ହେଲିଁ ପେଷେନ୍ କଲିଁ

ତୋର୍ ମାମୁଁର୍ ପୁ କେ କୁନ୍ଦା କରିଦେଲିଁ

ତୋର୍ ଅଜାନତେ ତୋ'ର୍ ଡେବରିପାହାର୍ ଧୁଇଲ୍

ମୁଡ଼ର୍ ବାଲ୍ ‐ ପିନ୍ଧଲା ବସ୍ତର୍ ର ସୂତା ଆନଲି

ମହନି ଲଗେଇଦେଲିଁ

ଲହଁପି ଆଏଲୁ ମୋ'ର୍ ପଛେପଛେ

ବୁଧ‐ଶୁକ୍ର‐ପୁର୍ଥୀ‐ମଙ୍ଗଲ୍

ସବୁଆଡ଼େ କିନ୍ଦରିଲାଁ

ବଦନାମ୍ କେ ସହିନାଇଁ ପାରି

ଦିନେ ଉଚକି ହେଇଦେଲୁ

ବଦନାମ୍ ଶେଷ୍

ଭାବ୍ ଶେଷ୍

ଗୁନିଆଁ ବି ମରିଯାଇଛେ

ଦୁନିଆଁ ବି ମରିଯାଇଛେ

ବଁଚିଛେ ବଏଲେ ମୁଇଁ

ଫେନ୍ ସେ ଚଇତ୍ ଆଇଛେ

ସେ ରାମେଶ୍ୱର ନେ

ଆଁଖଲ୍ ର ବଏଠା ଜାଲି

ସୁରତା କରୁଛେ ଖାଲି ।

ଦିଲୀପ୍


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍