STORYMIRROR

DEBABRATA MISHRA

Others

4  

DEBABRATA MISHRA

Others

ଭୁତାଣୁ

ଭୁତାଣୁ

1 min
6


ବିଶ୍ୱରେ ପଡ଼ିଛି ହୁରି ଦେଖ ହୋଇଗଲା ମହାମାରୀ

ଆଶଙ୍କିତ ମନେ ସଂସାରର ଲୋକେ ବିଜ୍ଞାନ ପଡ଼ିଛି ଭାରି, 


ଚୀନର ଉହାନ ସହରୁ ଆରମ୍ଭ ଗଲା ବ୍ୟାପି ଚାରିଆଡ଼େ

      ଇଟାଲୀ ଅବସ୍ଥା ଭାରି ଭୟଙ୍କର ମରଣ ସଂଖ୍ଯା ବଢେ, 


ଆମେରିକା ଆଦି ୟୁରୋପ ଦେଶେ କରମର୍ଦ୍ଦନ ନାହିଁ ଆଉ

      ଯୋଡହସ୍ତରେ ନମସ୍ତେ କର କମିବ କରୋନା ଭୁତାଣୁ ଭାଉ, 


ଆମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତାର ସତର୍କ ସୂଚନା ମାନ

      ଔଷଧ ନାହିଁ ସଚେତନ ଦ୍ବାରା ଏହା ହୋଇପାରେ ସମାପନ, 


ସର୍ବେ ଧୁଅ ହାତ ବାରବାର କରି ସାବୁନ ର ବ୍ୟବହାର

      ଥଟ୍ଟାମଜା ଭୁଲି ସୁରକ୍ଷିତ ରୁହ ନିଜ ଜୀବନକୁ ରକ୍ଷା କର, 


କରିବନି ଜମା ହେଳା କଲେ ବୁଡ଼ି ଯାଇପାରେ ଭେଳା

      ଭାଇରସ୍ ଯେବେ ଭାଇରାଲ ହେବ ଦେଖାଇବ ସେ ଲୀଳା, 


ଆମ ଭାରତର ଜନସଂଖ୍ୟା ତାହା ରଖିଥିବ ମନେ ସଦା

     କରୋନା ସଙ୍କ୍ରାନ୍ତ ସଂଖ୍ଯା ବଢୁଛି ତାକୁ ଦେବାକୁ ହେବ ବାଧା, 


ହେ ମୋର ଦେଶବାସୀ ମନରେ ଧରି ଦମ୍ଭ କରି କର୍ତ୍ତବ୍ଯ ପାଳନ

     ନିଜେ ସଚେତନ ହେଲେ ଦେଶୁ ନିଶ୍ଚେ କରୋନା ହେବ ନିଶ୍ଚିହ୍ନ। 


ନିଶ୍ଚୟ ସମୟ ଲାଗିବ ଟିକେ ଧୈର୍ଯ୍ୟ ଧରିବାକୁ ହେବ

     ସଠିକ୍ ସୂଚନା ପାଇ ଆଉ ଦେଇ ଆମକୁ ଲଢିବାକୁ ହେବ, 


ଯଦି ହୁଏ ଥଣ୍ଡା-କାଶ-ଜ୍ୱର ତୁମେ ଡାକ୍ତର ସାକ୍ଷାତ କର 

     ନିଶ୍ଚେ ଭିନ୍ନ ହୋଇ ରୁହ ସଭିଙ୍କ ଠାରୁ ରହି ଏକମିଟର ଦୂର, 


ଯଦି ମନରେ ଆସେ ସନ୍ଦେହ ଜମାରୁ ଭୟ ନକର

     ରେଜିଷ୍ଟେସନ ନିଶ୍ଚେ କର ଲଗାଇ ୧୦୪ ଟୋଲ୍ ଫ୍ରି ନମ୍ବର, 


ଦୃଢ ନିଶ୍ଚୟ କର ନିଶ୍ଚେ ଜିତିବେ ଜନତା ଆଉ ଭାରତ ଦେଶ

     ଜଗତର ନାଥ ଶ୍ରୀଜଗନ୍ନାଥ ଦିଅ ହେ ଆଶିଷ ଆଉ ସାହସ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from DEBABRATA MISHRA