ବଧୁ ନୁହେଁ ବନ୍ଧୁ
ବଧୁ ନୁହେଁ ବନ୍ଧୁ
ଯେଉଁ ଦିନ ଦେଖିଲି ତୁମକୁ
ଅଜଣା ପୁଲକ, ହୃଦୟେ ରୋମାଞ୍ଚ
ଟାଣି ହୋଇଗଲା ମନ,ଅଠା କାଠି ପରି
ହୃଦୟର ନିଭୃତ କୋଣରେ- କିଏ ଅବା କହିଥିଲା
ଯାହା ଖୋଜୁଥିଲୁ ସାମ୍ନାରେ ତୋହର
ବନ୍ଧୁ ହେବେ କ୍ଷଣେ ନୁହେଁ-ସାରା ଜୀବନର ।1।
ଜଣେନି ମୁଁ କେଉଁ ଆକର୍ଷଣ
କୁମୁଦିନୀ ସୂର୍ଯ୍ୟକୁ ଚାହିଁଲା ପରି
ଚାତକ ଆକାଶ କୁ ଦେଖିଲାପରି
ମୁଁ ଦେଖୁଥିଲି ବିମୋହିତ, ସମ୍ମୋହନ ପ୍ରାୟ
ତୁମ ସ୍ମିତ ହାସ୍ୟ ଟିକ- କେଜାଣି କାହିଁକି
ଚୋରାଇ ନେଲା ମୋ ମନ ଭାବନା ବିହର। ।2।
ଯେଉଁ ଦିନୁ ବନ୍ଧା ହେଲେ
ମିଲନର ପବିତ୍ର ଡୋରରେ, ସେହିଦିନୁ
ବନ୍ଧୁ ହୋଇ ପ୍ରତି କ୍ଷଣେ ପ୍ରତି ମୁହୂର୍ତ୍ତରେ
ସହାରା ଦେଉଛ ନାହିଁ ଆଶା ଅବା
ହରାଇବା ଭୟ, ନିଷ୍କପଟ ମଧୁମୟ
ପ୍ରେରଣାର ଉତ୍ସ, ସତେ ଅବା ପଛପଟେ ସୁଦୃଢ଼ ପ୍ରାଚୀର। ।3।
ଝୁଣ୍ଟି ପଡି ପଡିବା ଆଗରୁ
ଅଭୟ ପଣତ ତଳେ ସାଉଁଟି ନେଇଛ
ହତାଶାରେ ଜର୍ଜରିତ ମନ ହେଲେ
ପ୍ରେରଣା ସଙ୍ଗୀତ ଗାଇ ଆଗକୁ ଆଗକୁ
ଚାଲିବାର ବାଟ ଦେଖାଇଛ-କିନ୍ତୁ କେବେ
କହି ନାହଁ କିମ୍ବା ମାଗି ନାହଁ ସ୍ନେହ-ପ୍ରେମ ବା ମୂଲ ବନ୍ଧୁତାର।4।
ମୋ ଆଖିର ଯେତେ କଥା
ମୋ ମନର ନୀରବତା, କେବେ ଲୁଚି ନାହିଁ
କହିବାକୁ ଚାହେଁ ଯାହା, ବୁଝି ନିଅ ସବୁ
ପ୍ରଣୟ, ପ୍ରୟାସ ଅବ ସରାଗ ପ୍ରଲେପ
ବଧୁ ନୁହେଁ ବନ୍ଧୁ ହୋଇ
ଦେଖାଇ ଚାଲିଚ- ଚାଲିବାର ରାସ୍ତା ମୋ ଜୀବନର,
ଏଇ ଜୀବନର।5।
